ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ କରୋନା
ମୁମ୍ବାଇ: ବଲିଉଡ ଅଭିନେତା ତଥା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅକ୍ଷୟ। ବର୍ତ୍ତମାନ ସେ ହୋମ୍ କ୍ୱାରେଣ୍ଟିନରେ ରହିଥିବା ବେଳେ ସୁସ୍ଥ ଥିବା ଟ୍ୱିଟ୍ ଯୋଗେ ସେ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ଖୁବ୍ ଶୀଘ୍ର ବ୍ୟାକ୍ କରିବେ ବୋଲି ଅକ୍ଷୟ କହିଛନ୍ତି।
— Akshay Kumar (@akshaykumar) April 4, 2021
View this post on Instagram
ସୂଚନାଯୋଗ୍ୟ, କିଛିଦିନ ହେବ ଅକ୍ଷୟ କୁମାର ତାଙ୍କ ଅଫ୍କମିଂ ଫିଲ୍ମ ‘ରାମ ସେତୁ’ର ଶୁଟିଂରେ ବ୍ୟସ୍ତ ଥିଲେ। ଫିଲ୍ମ ପାଇଁ ଏକ ପୂଜା କରିବାକୁ ଗତ ମାସରେ ସେ ତାଙ୍କର କୋ-ଷ୍ଟାର୍ ନୁସ୍ରତ ଭରୁଚ୍ଚା ଓ ଜ୍ୟାକ୍ଲିନ ଫର୍ଣ୍ଣାଡିଜ୍ଙ୍କ ସହ ଅଯୋଧ୍ୟା ଯାଇଥିଲେ। ଫିଲ୍ମ ‘Prithviraj’, ‘Bachchan Pandey’, ‘Raksha Bandhan’ ରେ ନଜର ଆସିବେ ଅକ୍ଷୟ।
View this post on Instagram
ସୂଚନାଥାଉ କି, ନିକଟରେ ଅନେକ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଆଲିଆ ଭଟ୍ଟ, ଫତିମା ସାନା ଶେଖ୍, କାର୍ତ୍ତିକ ଆର୍ୟ୍ୟନ, ପରେଶ ରାୱଲ୍, ମିଲିନ୍ଦ ସୋମନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ସମେତ ସଲମାନ ଖାନ, ସଞ୍ଜୟ ଦତ୍ତ ଓ ମଲାଇକା ଆରୋରାଙ୍କ ଭଳି ପ୍ରମୁଖ ଷ୍ଟାର କରୋନା ଟିକା ନେଇଛନ୍ତି।