ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଅକ୍ଷୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ ସଂଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଳାକାରମାନେ ଡ୍ରାଗ୍ସ ସେବନ କରୁଥିବା ନେଇ ସୂଚନା ମିଳିବା ପରେ ଲୋକମାନଙ୍କର ବଲିଉଡ୍‌ ପ୍ରତି ଗୋଟେ ନକରାତ୍ମକ ଭାବନା ଆସିଯାଇଛି। ଅନ୍ୟପଟେ କିଛି କଳାକାର ସୁଶାନ୍ତଙ୍କ ମୃତ୍ୟୁ ଏବଂ ଡ୍ରଗ୍ସ ସେବନକୁ ନେଇ ଚୁପ୍‌ ରହୁଥିବା ବେଳେ କିଛି କଳାକାର ସାମ୍ନାକୁ ଆସି ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ଭିଡ଼ିଓ ଶେଆର କରି ଡ୍ରଗ୍ସ ସମ୍ପର୍କରେ ଆଲୋଚନା କରିଛନ୍ତି।

ଭିଡିଓରେ ଅକ୍ଷୟ କହିଛନ୍ତି, ‘ମୁଁ ଆଜି ଆପଣମାନଙ୍କ ସହ ଭାରୀ ହୃଦୟରେ ଏକ କଥା କହିବାକୁ ଯାଉଛି। ଗତ କିଛି ସପ୍ତାହ ମଧ୍ୟରେ, ମୁଁ କିଛି କଥା କହିବାକୁ ଚାହୁଁଥିଲି। କିନ୍ତୁ ମୋ ଆଖପାଖରେ ଏତେ ନକାରାତ୍ମକତା ଭରି ରହିଥିଲା ଯେ ମୁଁ କ’ଣ କହିବି, କେତେ କହିବି ଏବଂ କାହାକୁ କହିବି କିଛି ବୁଝିପାରୁ ନଥିଲି। ଯଦିଓ ଆମକୁ ‘ତାରକା’ କୁହାଯାଏ, ଆପଣ ଦର୍ଶକମାନେ ହିଁ ଆପଣମାନଙ୍କ ପ୍ରେମରେ ବଲିଉଡ୍‌କୁ ଗଢ଼ିଛନ୍ତି। ଆମେ କେବଳ ଜଣେ ଜଣେ କଳାକାର। ଚଳଚ୍ଚିତ୍ର ମାଧ୍ୟମରେ, ଆମେ ପୂରା ବିଶ୍ୱର କୋଣ ଅନୁକୋଣରେ ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଜଣାଇଥାଉ।
ଏଥିସହ ଲୋକଙ୍କ ଭାବନା ଏବଂ ଦେଶର ସମସ୍ୟାକୁ ମଧ୍ୟ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିବାକୁ ଚେଷ୍ଟା କରିଥାଉ। ଯଦି ଆଜି ଆପଣଙ୍କ ମନରେ ଆକ୍ରୋସ ଅଛି ତେବେ ସେ ରାଗକୁ ମଧ୍ୟ ଆମେ ଗ୍ରହଣ କରୁଛୁ। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି ଯାହାକୁ ଆମକୁ ସେତିକି କଷ୍ଟ ଦେଇଛି ଯେତିକି ଆପଣଙ୍କୁ। ସୁଶାନ୍ତଙ୍କ ମୃତ୍ୟୁରେ ଆମ ଫିଲ୍ମ ଜଗତ ସହ ଜଡ଼ିତ ଦୋଷ ତ୍ରୁଟିକୁ ଦେଖିବାକୁ ସୁଯୋଗ ମିଳିଛି।
ଡ୍ରଗ୍ସ ବିଷୟରେ ଆଲୋଚନା ହେଉଛି। ମୁଁ ଆପଣଙ୍କୁ ମିଛ କହିପାରିବି ନାହିଁ ଯେ ବଲିଉଡ୍‌ରେ ଏପରି ଘଟେନି ବୋଲି। ଡ୍ରଗ୍ସ ନିଶ୍ଚିତ ଭାବେ ବଲିଉଡ୍‌ର ଏକ ସମସ୍ୟା। ମାତ୍ର ପ୍ରତ୍ୟେକ ବ୍ୟକ୍ତି ଏଥିରେ ଜଡ଼ିତ ନୁହଁନ୍ତି। ଏହା କିପରି ସମ୍ଭବ? ଡ୍ରଗ୍ସ ଗୋଟେ ଆଇନଗତ ମାମଲା। ଏଥିପାଇଁ ଆଇନରେ ବ୍ୟବସ୍ଥା ରହିଛି। ଯେଉଁମାନେ ଦୋଷି ସେମାନଙ୍କୁ ଦଣ୍ଡ ମିଳିବ। କିନ୍ତୁ ଆପଣ ମାନେ ଫିଲ୍ମ ଜଗତ ସହ ଜଡ଼ିତ ସମସ୍ତ କଳାକାରଙ୍କୁ ଏଥିପାଇଁ ଦୋଷ ଦିଅନ୍ତୁ ନାହିଁ।

ଏଥିସହ ଅକ୍ଷୟ କହିଛନ୍ତି ଯେ ଗଣମାଧ୍ୟମର ସ୍ୱର ଉପରେ ମୋର ଭରଷା ଥିଲା। ଠିକ୍‌ ସମୟରେ ଠିକ୍‌ ସମ୍ବାଦ ଦେଖାଇବା ଗଣମାଧ୍ୟମର କାମ। କିନ୍ତୁ ଏ ସମୟରେ ଟିକେ ସମ୍ବାଦନଶୀଳତାର ଆବଶ୍ୟକ ରହିଛି। ଗୋଟେ ଭୁଲ୍‌ ଖବର‌ ଜଣଙ୍କ ଦୀର୍ଘ ଦିନର  ଭାବମୁର୍ତ୍ତିକୁ ଖରାପ କରିବାରେ ଯଥେଷ୍ଟ। ତେଣୁ କୌଣସି ବି ଖବର ପରିବେଷଣ କରିବା ସମୟରେ ଟିକେ ଯତ୍ନବାନ ହୁଅନ୍ତୁ।

 

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like