ନିର୍ଦ୍ଦେଶକଙ୍କ ସହ ହାତାହାତି ହେଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରୋହିତ ସେଟ୍ଟି (Rohit Shetty)ଙ୍କର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ସୁଟିଂ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଅକ୍ଷୟ କୁମାରଙ୍କ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓ ଦେଖିଲା ପରେ ଲାଗୁଛି-ସତରେ କ’ଣ ହେବ ଏଇ ଫିଲ୍ମର ଭବିଷ୍ୟତ ! ସତରେ କ’ଣ ଫିଲ୍ମ ଆଗକୁ ଯିବ ନା ଏଇଠି ଅଟକି ଯିବ !

କାରଣ ଏଇ ଭିଡିଓରେ ଦୁହେଁ ହାତାହାତି ହେଉଥିବା ଦେଖିବାକୁ ମିଳିଛି। ଖାଲି ହାତାହାତି ହୋଇ ନାହାନ୍ତି, ପରିସ୍ଥିତି ଏମିତି ହୋଇଛି ଯେ, ପୋଲିସ ଆସି ପହଞ୍ଚି ଯାଇଛି। ସୋଶାଲ ମିଡିଆରେ ଏଇ ଭିଡିଓଟି ବେଶ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି, ବଲିଉଡ ଖିଲାଡି ଅକ୍ଷୟ କୁମାର ଏବଂ ଡାଇରେକ୍ଟର ରୋହିତ ସେଟ୍ଟି ପୂରା ଫିଲ୍ମ ଷ୍ଟାଇଲ୍‌ରେ ମାର୍‌ପିଟ ହେଉଛନ୍ତି। ଜବରଦସ୍ତ ମାରପିଟ୍‌। ପରସ୍ପରକୁ ମୁଥ ମାରୁଛନ୍ତି। ସବୁଠାରୁ ମଜା କଥା ହେଉଛି, କେହି ଅଜଣା ବ୍ୟକ୍ତି ଏହି ଗଣ୍ଡଗୋଳର ଦୃଶ୍ୟକୁ ରେକର୍ଡିଂ କରୁ ନାହାନ୍ତି, କରୁଛନ୍ତି ନିଜେ କାଟ୍ରିନା କେଫ୍‌।

ଆଉ ଏହି ଭିଡିଓକୁ ନିଜେ ଅକ୍ଷୟ କୁମାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ଉପରେ ଲେଖିଛନ୍ତି-‘ବ୍ରେକିଂ ନ୍ୟୁଜ୍‌- ଏମିତି ଏକ ଝଗଡା ଯାହା ଦିନକୁ ସୁନ୍ଦର କରିଦେବ।’ ଏହି ଭିଡିଓ ଦେଖିବା ପରେ ଟ୍ୱିଟର ୟୁଜର୍ସମାନେ ବି ବହୁତ ମଜାଦାର ଟିପ୍ପଣୀ ଦେଇଛନ୍ତି।

ତେବେ ଏଠି କହିରଖିବୁ, ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟଙ୍କ ସହ କାଟ୍ରିନା, ଗୁଲଶନ ଗ୍ରୋବର ପ୍ରମୁଖ ଅଭିନୟ କରୁଛନ୍ତି ଏବଂ ଏହି ଫିଲ୍ମ ମାର୍ଚ୍ଚ୨୭ ୨୦୨୦ରେ ରିଲିଜ୍‌ ହେବ।

 

ଆହୁରି ପଢ଼ନ୍ତୁ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ନେହରୁଙ୍କ ବିଷୟରେ ଟିପ୍ପଣୀ ଦେଇ ଥାନାକୁ ଗଲେ ବଲିଉଡ୍‌ ଅଭିନେତ୍ରୀ

ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁ

ବିସ୍ୱ ସୁନ୍ଦରୀ ଟୋନି ଅନ୍ ସିଂ

ଏୟାରପୋର୍ଟରେ ମେକ୍‌ଅପ୍‌ ନେଲେ କରୀନା

ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ ଅମିତାଭ, ସୋଶାଲ ମିଡ଼ିଆରେ ଭାଇରାଲ ମହାନାୟକଙ୍କ ଟ୍ୱିଟ୍‌

ପତ୍ନୀ ଟ୍ୱିଙ୍କଲଙ୍କୁ ଅକ୍ଷୟ ଦେଲେ ଏମିତି ଉପହାର !

ଓଡ଼ିଆ ପୁଅଙ୍କ ଚିକେନ୍ ବେସର ଖାଇ ଜଜ୍‌ କହିଲେ ‘ଜୟ ହୋ ଓଡ଼ିଶା’

ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌, କହିଲେ ଏମିତି…

ଏହି କ୍ରିକେଟରଙ୍କ ସହ ଡେଟ୍‌ କରୁଛନ୍ତି ଉର୍ବଶୀ !

ସଲ୍‌ମାନଙ୍କ ଏହି ହିରୋଇନ୍‌ ଏବେ ପରଘରେ ବାସନ ମାଜି ପେଟ ପୋଷୁଛନ୍ତି

ଷ୍ଟେଜ୍‌ ଉପରେ ସାରାଙ୍କ ସହ ହେଲା ଏମିତି କିଛି….

You might also like