ଦିଲ୍‌ଦାର ଅକ୍ଷୟ; ମାସ୍କ ଓ ଟେଷ୍ଟିଂ କିଟ୍ କିଣିବା ପାଇଁ ବିଏମସିକୁ ଦେଲେ ଏତେ ଟଙ୍କା

ମୁମ୍ୱାଇ: କରୋନା ଭାଇରସ ମହାମାରୀରୁ ରକ୍ଷା କରିବା ପାଇଁ ସହଯୋଗର ହାତ ବଢ଼ାଉଛନ୍ତି ବଲିଉଡର କଳାକାରମାନେ। ଅକ୍ଷୟ କୁମାର ପିଏମ୍‌ କେୟାରସ୍‌ ପାଣ୍ଠିକୁ ପୂର୍ବରୁ ୨୫ କୋଟି ଟଙ୍କା ଦେଇସାରିଛନ୍ତି। ବର୍ତ୍ତମାନ ଅକ୍ଷୟ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ୩ କୋଟି ଟଙ୍କା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଷୟ ମାସ୍କ ଏବଂ ଟେଷ୍ଟିଂ କିଟ୍ ଇତ୍ୟାଦି କିଣିବା ପାଇଁ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଏହି ଟଙ୍କା ଦେଇଛନ୍ତି।

କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ କଠିନ ପରିଶ୍ରମ କରୁଛି। ଏଭଳି ପରିସ୍ଥିତିରେ ବଲିଉଡର ଦିଲ୍‌ଦାର ଅକ୍ଷୟ ସୋସିଆଲ ମିଡିଆରେ ଲୋକଙ୍କୁ ଆର୍ଥିକ ସହାୟତା ଦେବା ସହିତ ସଚେତନତାର ବାର୍ତ୍ତା ମଧ୍ୟ ଦେଉଛନ୍ତି।

ଖବର ଅନୁଯାୟୀ ଅକ୍ଷୟ ଜାଣିଥିଲେ ଯେ ବିଏମସିରେ ମାସ୍କର ଅଭାବ ରହିଛି। ଏହା ଜାଣି ସେ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ।

ଅଭିନେତା ଶାହରୁଖ ଖାନ୍‌ ବିଏମସିକୁ ତାଙ୍କର ୪ ମହଲା ବିଶିଷ୍ଟ ଅଫିସକୁ କ୍ୱାରେଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ଅଫର ଦେଇଛନ୍ତି। ଏହା ବ୍ୟତୀତ ଶାହରୁଖ ଅନେକ ସ୍ଥାନରେ ଦାନ ଦେଇ କରୋନା ପୀଡିତଙ୍କୁ ସାହାଯ୍ୟ କରୁଛନ୍ତି।

You might also like