ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ସୋନାକ୍ଷୀ ସିହ୍ନା ଅଭିନୀତ ଫିଲ୍ମ ମିଶନ ମଙ୍ଗଲ ରିଲିଜ ହୋଇଯାଇଛି। ଫିଲ୍ମରେ ସବୁ କଳାକାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ରିଲିଜ ପରେ ଅକ୍ଷୟ କୁମାର ଆଉ ବିଦ୍ୟା ବାଲାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଚମକେଇ ଦେବା ପରି ହୋଇଛି । ସୋଶାଲ ମିଡିଆରେ ଏଇ ଭିଡିଓ ବେଶ ଭାଇରାଲ ହୋଇଛି।

ଭଡିଓରେ ଅକ୍ଷୟ କୁମାର ବିଦ୍ୟା ବାଲାନଙ୍କ ଉପରକୁ ହାତ ଉଠାଇଛନ୍ତି। ବିଦ୍ୟା ମଧ୍ୟ ଏହାର ଜବରଦସ୍ତ ଜବାବ ଦେଇଛନ୍ତି।  ଅବଶ୍ୟ ପରେ ଜଣାପଡ଼ିଛି, ଏଥିରେ ଦୁହେଁ ମଜା କରୁଥିଲେ।

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଅକ୍ଷୟ କୁମାର-ବିଦ୍ୟା ବାଲାନ ପରସ୍ପରକୁ ଲାତ ମାରୁଥିବା ଦେଖିବାକୁ ମିଳିଛି। ଏପରିକି ବିଦ୍ୟା ଏମିତି ଏକ ଘୁସା ମାରୁଛନ୍ତି, ଅକ୍ଷୟ ତଳେ ପଡ଼ି ଯାଉଛନ୍ତି। ତେବେ ଏହି ଭିଡିଓରେ ସେମାନଙ୍କର ଆବାଜରୁ ଜଣାପଡ଼ୁଛି, ଦୁହେଁ ମସ୍ତି କରୁଛନ୍ତି।

ଭିଡ଼ିଓରେ ସୋନାକ୍ଷୀ ସିହ୍ନାଙ୍କ ଆବାଜ ମଧ୍ୟ ଶୁଣା ଯାଉଛି। ଯାହା ଜଣାପଡ଼ୁଛି, ସୋନାକ୍ଷୀ ଏହାକୁ ଆୟୋଜନ କରିଛନ୍ତି। ଦୁହିଁଙ୍କ ଲଢିବା ଦୃଶ୍ୟକୁ ଦେଖି ସୋନାକ୍ଷୀ ବେଶ ତାରିଫ କରୁଥିବା ଶୁଣିବାକୁ ମିଳୁଛି। ତେବେ ଭିଡିଓରେ ଅକ୍ଷୟ-ବିଦ୍ୟାଙ୍କ ଆକ୍ସନ-ରିଆକ୍ସନକୁ ଦେଖିଲେ ଜଣେ ବିଶ୍ୱାସ କରିପାରିବ ନାହିଁ ଯେ ସେମାନେ ମଜା କରୁଛନ୍ତି ବୋଲି।

 

 

ଆହୁରି ପଢ଼ନ୍ତୁ

ତୁମେ ବହୁତ୍‌ ମନେ ପଡ଼ୁଛ.. ମା’ଙ୍କ ପୁଣ୍ୟତିଥିରେ ଏମିତି ଭାବପ୍ରବଣ ହେଲେ ଜାହ୍ନବୀ

ପୁଣି ମା’ ହେଲେ ଶିଳ୍ପା ଶେଟ୍ଟୀ

ଶ୍ରେଷ୍ଠ ଅଭିନେତା ହ୍ରିତିକ୍‌, ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଦିବ୍ୟଙ୍କା

ଏକ୍ସ ବୟଫ୍ରେଣ୍ଡଙ୍କୁ ନେହାଙ୍କ ଚେତାବନୀ, କହିଲେ- ମୁଁ ଯଦି ମୁହଁ ଖୋଲିବି…

କମଲ୍ ହାସନ୍‌ଙ୍କ ଶୁଟିଂ ସେଟ୍‌ରେ କ୍ରେନ୍‌ ଖସିପଡ଼ି ୩ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟରଙ୍କ ମୃତ୍ୟୁ

ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ର ଶୁଭ ମହୁରତ

ଅଭିନେତା ତାପସ ପାଲ ଆଉ ନାହାନ୍ତି

ହଲିଉଡ୍‌ରେ ଚର୍ଚ୍ଚିତ ଓଡ଼ିଆ ନାଁ ରାଧାରାଣୀ

ବନ୍ଦ ହୋଇପାରେ ‘କହାଁ ହମ୍‌ କହାଁ ତୁମ୍‌’ ଧାରାବାହିକ

୬୫ତମ ଫିଲ୍ମଫେୟାର ଆୱାର୍ଡ: ରଣବୀର, ଆଲିଆ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା

ସଲମାନ୍‌ଙ୍କ ପାଇଁ ସାଇକେଲରେ ଗଲେ ୬୦୦ କି.ମି.

You might also like