୨୦୨୧ ରେ ରୋଜଗାରର ରେକର୍ଡ ଭାଙ୍ଗିବେ ଅକ୍ଷୟ କୁମାର

ରେକର୍ଡ କରିବେ ଅକ୍ଷୟ

ନୂଆଦିଲ୍ଲୀ : କରୋନା ମହାମାରୀ ପଇଁ ଚଳିତ ବର୍ଷ ଅନେକ ଫିଲ୍ମ ସିନେମା ହଲରେ ପହଞ୍ଚି ନଥିଲା । ମହାମାରୀ ବ୍ୟାପିବା ଡରରେ ଲୋକମାନେ ହଲକୁ ଯାଉନାହାନ୍ତି । ବରଂ ନିଜ ଘରେ ରହି ମୋବାଇଲ ଜରିଆରେ ଫିଲ୍ମ ଦେଖୁଛନ୍ତି ଲୋକେ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ନାମିଦାମୀ ତାରକା ଓ ନିର୍ମାତା ନିଜ ନିଜର ଫିଲ୍ମ ସୁଟିଂକୁ କିଛିଦିନ ଲାଗି ବନ୍ଦ କରିଦେଇଛନ୍ତି ।

ତେବେ ବଲିଉଡକୁ ଅନେକ ଚଳଚ୍ଚିତ୍ର ଭେଟି ଦେଇଥିବା ଅକ୍ଷୟ କୁମାର ଚଳିତ ବର୍ଷ ମହାମାରୀ ଲାଗି ମାତ୍ର ଗୋଟିଏ ଫିଲ୍ମ କରିଥିଲେ କିନ୍ତୁ ଆଗାମୀ ବର୍ଷ ଅର୍ଥାତ୍ ୨୦୨୧ ମସିହାରେ ଅକ୍ଷୟ ବକ୍ସ ଅଫିସରେ ଧମାକା କରିପାରନ୍ତି । ମିଳିଥିବା ସୂଚନା ଅନୁସାରେ, ଅକ୍ଷୟଙ୍କ ଅନେକ ବଡ ବଡ ଫିଲ୍ମ ରହିଛି ।

ତେବେ ଖୁବଶୀଘ୍ର ପରଦାକୁ ଆସିବ ସୁର୍ଯ୍ୟବଂଶୀ | ଅକ୍ଷୟ କୁମାରଙ୍କ ସବୁଠାରୁ ବଡ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଚଳିତ ବର୍ଷ ମୁକ୍ତିଲାଭ କରିପାରି ନାହିଁ। ଏହି ଫିଲ୍ମ ବର୍ତ୍ତମାନ ୨୦୨୧ ରେ ମୁକ୍ତିଲାଭ କରିବ | ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ରୋହିତ ଶେଟ୍ଟୀଙ୍କ ଦ୍ୱାରା ନିର୍ମିତ ହୋଇଛି। ଏହା ଏକ ବଡ ବଜେଟ୍ ଚଳଚ୍ଚିତ୍ର, ଯାହାକୁ ନିର୍ମାତାମାନେ ଅଟକାଇ ଏହାକୁ ହଲରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିଲେ | ଏହା ବଡ ରୋଜଗାର କରିବ ବୋଲି ଆଶା କରାଯାଉଛି |

ତେବେ କେବଳ ଏହି ଫିଲ୍ନ ନୁହେଁ ବରଂ ଅନେକ ଫିଲ୍ମ ଅକ୍ଷୟଙ୍କର ଆସିବ ବୋଲି ଜଣାଯାଇଛି । ଦେଖିବାକୁ ରହିଲା କେଉଁ ଫିଲ୍ମ କେତେ ରୋଜଗାର କରୁଛି ।

You might also like