ସୋନାକ୍ଷୀଙ୍କ ଧକ୍କାରେ ଧରାଶାୟୀ ଅକ୍ଷୟ, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଦୁଇ ଭଲ ବନ୍ଧୁ ଆକ୍ସନ୍‌ ହିରୋ ଅକ୍ଷୟ କୁମାର ଓ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ତା’ହେଲେ ଏମିତି କ’ଣ ହେଲା ଯେ, ଅକ୍ଷୟଙ୍କୁ ଠେଲି ଦେଲେ ସୋନାକ୍ଷୀ। ସେ ଠେଲି ଦେବାରୁ ଚୌକିରେ ବସି ଗପୁଥିବା ଅକ୍ଷୟ ତଳେ ପଡ଼ି ପୁରା ଚିତ୍‌ ପଟ୍ଟାଙ୍ଗ ମାରିଲେ। ତଥାପି ତାଙ୍କୁ ଉଠାଇବାକୁ ଗଲେନି ସୋନକ୍ଷୀ! ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ହେଲେ କ’ଣ ପାଇଁ ଅକ୍ଷୟଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା? ଯେଉଁମାନେ ଭିଡିଓଟି ଦେଖିଥିବେ, ସେମାନେ ଏହାର ଉତ୍ତର ପାଇ ସାରିଥିବେ। ତା’ହେଲେ ଆସନ୍ତୁ ଜାଣିବା ଘଟଣାଟି କ’ଣ?

ଆପଣମାନେ ଜାଣିଥିବେ, ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବ ବଲିଉଡ୍ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାରଙ୍କ ସହିତ ବିଦ୍ୟା ବାଲାନ୍‌, ତାପସୀ ପନ୍ନୁ, ସୋନାକ୍ଷୀ ଓ କୀର୍ତ୍ତି କୁହ୍ଲାରି ଅଭିନୟ କରିଛନ୍ତି। ଏବେ ପୂରା ଟିମ୍ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛି।

ନିକଟରେ ଏକ ସାକ୍ଷାତକାର ସମୟରେ ସୋନାକ୍ଷୀଙ୍କ ପାଖରେ ଅକ୍ଷୟ ବସିଥିଲେ। କଥାବାର୍ତ୍ତା ଚାଲିଥିବା ବେଳେ ଅକ୍ଷୟଙ୍କୁ ହାଲ୍‌କା ଧକ୍କା ଦେଇଥିଲେ ସୋନାକ୍ଷୀ। ଆଉ ତଳେ ପଡ଼ିଯାଇଥିଲେ ଅକ୍ଷୟ। ପଡିଯିବା ପରେ ଅକ୍ଷୟ ତାଙ୍କୁ କହିଥିଲେ, ଏ କ’ଣ ହେଉଛି?

ଅନ୍ୟମାନେ ମଧ୍ୟ ସୋନାକ୍ଷୀଙ୍କର ଏପରି ହରକତ୍‌ରେ ଭୟଭୀତ ହୋଇଯାଇଥିଲେ। ହେଲେ ସୋନାକ୍ଷୀ ହସି ହସି କହିଥିଲେ, ଯେଉଁମାନେ ମୋତେ ବିରକ୍ତ କରନ୍ତି, ମୁଁ ସେମାନଙ୍କ ସହିତ ଏମିତି କରେ।

ତେବେ ଏହା ଥିଲା ଉଭୟ ସୋନାକ୍ଷୀ ଓ ଅକ୍ଷୟଙ୍କ ପ୍ରିପ୍ଲାନ୍। ଅର୍ଥାତ୍ ପୂର୍ବ ଯୋଜନା ମୁତାବକ ଏହା ଘଟିଥିଲା। ଏ ଘଟଣା ଘଟିବା ପରେ ଏହାର ଖୁଲାସା କରିଥିଲେ ସେଠାରେ ଉପସ୍ଥିତ ତାପସୀ ପନ୍ନୁ। ସେ କହିଥିଲେ, ଦୁହେଁ ଯୋଜନାବଦ୍ଧ ଭାବେ ଏହା କରିଛନ୍ତି। ଆମକୁ ଡରାଇବାକୁ ଦୁହେଁ ଆଗରୁ ଏ ନେଇ କଥା ହୋଇଥିଲେ। ସେଥିପାଇଁ ଏହାର ଭିଡିଓ ରେକର୍ଡ ପ୍ଲାନ୍ ବି କରିଥିଲେ।

ଏହି ଭିଡିଓକୁ ସୋନାକ୍ଷୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ ଶେଆର କରି ସେ କ୍ୟାପେସନ୍‌ରେ ‘ସୋନା ଆଣ୍ଡ ଅକି ପ୍ରାଙ୍କ’ ଲେଖିଛନ୍ତି।

 

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like