ଏଜାଜ ଖାନଙ୍କ ସମେତ ଏହି ଦୁଇ ବଲିଉଡ କଳାକାର କରୋନା ସଂକ୍ରମିତ

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଛନ୍ତି ଡ୍ରଗ୍ସ କେସରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଏଜାଜ୍ ଖାନ୍। ଗତ ବୁଧବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ କେସରେ ଆଜାଜଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଅନୁସନ୍ଧାନକାରୀ ଅଫିସରମାନଙ୍କୁ ଏବେ କୋଭିଡ୍ ଟେଷ୍ଟ୍ କରାଯାଉଥିବା ଏନସିବି କହିଛି।

ପୂର୍ବରୁ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମିର ୱାଙ୍ଖେଡେ କହିଥିଲେ ଯେ, ଶାଦବ ବତାତା ମାମଲାରେ ଆଜାଜଙ୍କ ସଂପୃକ୍ତି ଥିବା ଜଣାପଡିଥିଲା। କିନ୍ତୁ ଏହାର ପ୍ରତି ଉତ୍ତରରେ ଏଜାଜ କହିଥିଲେ ଯେ, ତାଙ୍କ ଘରୁ ମାତ୍ର ୪ଟି ନିଶା ବଟିକା ମିଳିଥିଲା। ତାଙ୍କ ପତ୍ନୀଙ୍କ ଗର୍ଭପାତ ହୋଇଯାଇଥିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ଏଥିରୁ ମୁକ୍ତି ପାଇଁ ସେ ଏହି ବଟିକା ସେବନ କରୁଥିବା ସେ କହିଥିଲେ।

ଆଜାଜଙ୍କ ଅନେକଗୁଡିଏ ସିନେମା ରହିଛି। ପାଥ୍, ଲମହା, ରକ୍ତ ଚରିତ୍ର-୨, ବୁଢା ହୋଗା ତେରା ବାପ୍, ଲକିର୍ କା ଫକିର୍ ଭଳି ଅନେକ ହିନ୍ଦି ସିନେମା ରହିଥିବା ବେଳେ ଅନେକ ତେଲୁଗୁ ସିନେମାରେ ମଧ୍ୟ ସେ କାମ କରିଛନ୍ତି। ସେ ମଧ୍ୟ ବିଗ୍ ବସ୍, କମେଡି ନାଇଟ୍ସ ଉଇଥ୍ କପିଲ୍, କମେଡି ନାଇଟ୍ସ ବଚାଓ, ସାବଧାନ ଇଣ୍ଡିଆ ଭଳି ଅନେକ ଲୋକପ୍ରିୟ ଟିଭି ସୋରେ ମଧ୍ୟ କାମ କରିଛନ୍ତି।

ସେହିପରି ଭିକି କୌଶଲ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭିକି ବର୍ତ୍ତମାନ ଘରେ ସଂଗରୋଧ ଜୀବନ ବିତାଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ କରୋନା ଟେଷ୍ଟ୍ କରିବା ନେଇ କହିଛନ୍ତି। ସବୁ ପ୍ରକାର ଯତ୍ନ ଓ ପ୍ରତିଷେଧାତ୍ମକ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ସେ କରୋନା ସଂକ୍ରମିତ ହୋଇଥିବା କହିଛନ୍ତି। ଘରେ ହୋମ୍ କ୍ୱାରାଣ୍ଟାଇନରେ ରହିବା ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରୁଥିବା ଭିକି ଜଣାଇଛନ୍ତି।

ଭୂମି ପେଡନେକର୍ ମଧ୍ୟ କୋଭିଡ୍ ପଜେଟିଭ୍ ହୋଇଥିବା କହିଛନ୍ତି। ସେ ବର୍ତ୍ତମାନ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ଉଭୟ ଭିକି ଓ ଭୂମି ମିଷ୍ଟର ଲେଲେ ସୁଟିଂ ଅବସରରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୁଟିଂ ବନ୍ଦ ରହିଛି।
କରୋନାର ଦ୍ୱିତୀୟ ଲହରୀ ଆସିବା ପରେ ଅମିର୍ ଖାନଙ୍କ ଠାରୁ ଆରମ୍ଭ୍ କରି ଆଲିଆ ଭଟ୍ଟ ଓ ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଭୂମି ପେଡନେକର, ସମସ୍ତେ କରୋନା ସଂକ୍ରମିତ ହୋଇଛନ୍ତି।

You might also like