କାଜୋଲ୍‌ଙ୍କ ଫୋନ୍‌ ନମ୍ବର ଶେୟାର୍‌ କଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପତ୍ନୀ କାଜୋଲ୍‌ଙ୍କ ଫୋନ୍‌ ନମ୍ବର ସୋଶାଲ୍‌ ମିଡିଆରେ ଶେୟାର କଲେ ଅଭିନେତା ଅଜୟ ଦେବ୍‌ଗନ୍। ତେବେ ଏମିତି କିଛି ଘଟଣାକୁ ନେଇ ସମସ୍ତେ ଆଚମ୍ବିତ ହେବା ସହ କେହି ବି ଏତେ ଶୀଘ୍ର ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି।

ଗତକାଲି ଅଜୟ ତାଙ୍କ ଟ୍ୱିଟର ପେଜ୍‌ରେ କାଜୋଲଙ୍କ ହ୍ୱାଟସ୍‌ଆପ୍‌ ନମ୍ବର ଶେୟାର କରି ଏକ ପୋଷ୍ଟରେ ଲେଖିଥିଲେ ‘କାଜୋଲ୍‌ ବର୍ତ୍ତମାନ ଭାରତରେ ନାହାନ୍ତି। ତାଙ୍କ ସହ ହ୍ୱାଟସ୍‌ଆପ୍‌ ନମ୍ବରରେ କଥା ହୋଇପାରିବେ’। ଅଜୟଙ୍କ ଏହି ଟ୍ୱିଟ୍‌ ପରେ ଏହା ପୂରା ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଯାଇଥିଲା। ସେହି ସମୟରେ ଏହା ମଧ୍ୟ କୁହାଯାଉଥିଲା କି ତାଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଯାଇଛି।

ପ୍ରଥମ ଟ୍ୱିଟ୍‌ର କିଛି ସମୟ ପରେ ଅଜୟ ପୁଣି ଏକ ଟ୍ୱିଟ୍‌ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ‘ଫିଲ୍ମ ସେଟ୍‌ରେ ପ୍ରାଙ୍କ୍‌ କରିବା ଏକ ପୁରୁଣା ଫ୍ୟାଶନ୍‌ ହୋଇଗଲାଣି। ତେଣୁ ମୁଁ ଏହା ସୋଶାଲ୍‌ ମିଡିଆରେ କରିବାକୁ ଚେଷ୍ଟା କରୁଥିଲି’।

ଅଜୟଙ୍କ ଏହି ଟ୍ୱିଟ୍‌ର ଜବାବ ରଖିଥିଲେ କାଜୋଲ୍‌। ସେ ଲେଖିଥିଲେ ‘ଯାହା ଲାଗୁଛି ଆଜିକାଲି ତୁମର ପ୍ରାଙ୍କସ୍‌ ସବୁ ଷ୍ଟୁଡିଓ ବାହାରେ…କିନ୍ତୁ ଘର ଭିତରେ ଏହି ସବୁ ଏଣ୍ଟ୍ରି ନାହିଁ’।

ସେପଟେ ଅଜୟ ଶେୟାର୍‌ କରିଥିବା କାଜୋଲ୍‌ଙ୍କ ହ୍ୱାଟସ୍‌ଆପ୍‌ ନମ୍ବରରେ କାଜୋଲ୍‌ଙ୍କ ଫଟୋ ରହିଛି।

ଏହି ଘଟଣା ପରେ ଅଜୟଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କୁହାଯାଉଥିବା ବେଳେ, ଏନେଇ ଅଜୟଙ୍କ ପକ୍ଷରୁ କିଛି ସୂଚନା ମିଳିପାରିନି। ତେଣୁ ପ୍ରକୃତରେ ତାଙ୍କ ଆକାଉଣ୍ଟ୍‌ ହୋଇଛି ନା ସେ ଏମିତି ମଜା କରୁଥିଲେ ତାହା ଜଣାପଡ଼ି ନାହିଁ। କିନ୍ତୁ ଏଭଳି ଟ୍ୱିଟ୍‌କୁ ନେଇ ସୋଶାଲ୍‌ ମିଡିଆରେ ଅଜୟ ଟ୍ରୋଲ୍‌ ହୋଇଛନ୍ତି।

 

 

You might also like