ବେଆଇନ ଆପ୍‌ରେ ମେସେଜ ପଠାଇ ବିଗ୍‌ ବି’ଙ୍କୁ ହଇରାଣ କରିଥିଲେ ଏଇ ଆକ୍ଟର

ମୁମ୍ବାଇ: ବଲିଉଡ ମେଗାଷ୍ଟାର..ବାଦ୍‌ଶାହ..ଅମିତାଭ ବଚ୍ଚନ। ଦର୍ଶକ ତାଙ୍କର ଯେତିକି ପ୍ରଶଂସା କରନ୍ତି, ସେତିକି ସମ୍ମାନ ବି କରନ୍ତି। ତାଙ୍କର ସ୍ୱର,ଷ୍ଟାଇଲ୍‌ ଏତେ ପ୍ରଭାବଶାଳୀ ଯେ, ତାଙ୍କ ସହିତ ଥଟ୍ଟାମଜ୍ଜା କରିବାକୁ କେହି ସାହାସ କରିପାରନ୍ତି ନାହିଁ। କେହି ଯଦି ତାଙ୍କ ସହ ମଜାକ କରିବାକୁ ଚିନ୍ତା ବି କରନ୍ତି, ତେବେ ୧୦ ଥର ଭାବିବାକୁ ପଡ଼ିଥାଏ। ହେଲେ ବଲିଉଡର ଏଇ ଷ୍ଟାର ତାଙ୍କ ପ୍ରାଙ୍କ କରିଥିଲେ। ଏମିତି ମେସେଜ ଦେଇଥିଲେ, ଯାହାକୁ ନେଇ ଅମିତାଭ ଖୁବ ରାଗି ଯାଇଥିଲେ। ଏକଥା ନିଜେ ଅଭିଷେକ ବଚ୍ଚନ କପିଲ ଶର୍ମା ସୋ’ରେ ଖୁଲାସା କରିଛନ୍ତି।

ଅପକମିଂ ଫିଲ୍ମ ‘ବିଗ୍ ‌ବୁଲ୍‌’ର ପ୍ରମୋଶନ ପାଇଁ ଅଭିଷେକ ବଚ୍ଚନ ଓ ଅଜୟ ଦେବଗନ କପିଲ ଶର୍ମା ସୋରେ ପହଞ୍ଚିଥିଲେ। ଅଜୟ ଦେବଗନ ବଲିଉଡ୍‌ର ସେଇ କେତେଜଣ ଲୋକଙ୍କ ମଧ୍ୟରୁ ଜଣେ ଯିଏ କି ବିଗ୍‌ ବିଙ୍କ ସହ ପ୍ରାଙ୍କ କରନ୍ତି। ଖାଲି ପ୍ରାଙ୍କ କରନ୍ତିନି ବରଂ ବର୍ଷ ବର୍ଷ ଧରି ଏଇ ମଜାକ୍‌ ବିଷୟରେ ମଧ୍ୟ ଜଣାନ୍ତି ନାହିଁ। ଅଜୟ ଦେବଗନ ନିଜେ ଏହି କଥା  କପିଲ ଶର୍ମା ସୋରେ କହିଛନ୍ତି।

କପିଲ ଶର୍ମା ସୋ’ରେ ଅଜୟ ନିଜେ ଏହି ରହସ୍ୟ ଉପରକୁ ପରଦା ହଟାଇ କହିଥିଲେ, ସେ ଏକ ସ୍ୱୀକୃତି ପାଇ ନ ଥିବା ଆପ୍‌ର ବ୍ୟବହାର କରି ଅମିତାଭଙ୍କୁ ହଇରାଣ କରିଥିଲେ। ଏହା ଉପରେ ମତ ରଖି ଅଭିଷେକ କହିଥିଲେ, ‘ସବୁଠାରୁ ଅଧିକ ପ୍ରାଙ୍କ ଅଜୟ କରନ୍ତି। ପାପା( ଅମିତାଭ ବଚ୍ଚନ)ଙ୍କ ସହ ଏମିତି ପ୍ରାଙ୍କ ଆଉ କେହି କରି ନାହାନ୍ତି। ଅଜୟ ପ୍ରାଙ୍କ କରନ୍ତି ଏବଂ ପାପା ଏହାକୁ ପସନ୍ଦ ବି କରନ୍ତି।’

ଅଜୟ କହିଥିଲେ, ଥରେ ସେ ମୋବାଇଲ ଆପ୍ଲିକେଶନ ବ୍ୟବହାର କରି ବିଗ୍‌ ବିଙ୍କୁ ହଇରାଣ କରିଥିଲେ। ଏବେ ଏହି ଆପ୍‌ ଭାରତରେ ବ୍ୟାନ୍‌ ହୋଇ ଯାଇଛି। ଏହି ଆପ୍‌ ଦ୍ୱାରା ଆପଣ ନିଜ ମୋବାଇଲ୍‌ରେ ଅନ୍ୟ ନମ୍ବରର ମେସେଜ ପଠାଇ ପାରିବେ। ଏହି ଆପ୍‌ ଦ୍ୱାରା ଅଜୟ ନିଜ ଫୋନରୁ ଅମିତାଭଙ୍କ ନମ୍ବର ବ୍ୟବହାର କରି ତାଙ୍କ ପବ୍ଲିସିଟିଙ୍କୁ ସକାଳ ୬ଟାରେ ଘରେ ପହଞ୍ଚିବା ପାଇଁ ମେସେଜ ଦେଇଥିଲେ।

ପବ୍ଲିସିଟି ଭାବି ନେଇଥିଲେ, ଅମିତାଭଙ୍କ ନମ୍ବରରୁ ମେସେଜ ଆସିଛି ମାନେ ସେ ହିଁ ଘରକୁ ଡାକିଛନ୍ତି। ତେଣୁ ସେ ଠିକ ସକାଳ ୬ଟାରେ ବିଗ୍‌ ବି’ ଙ୍କ ଘରେ ପହଞ୍ଚିଗଲେ। ହେଲେ ଏତେ ସକାଳୁ ତାଙ୍କୁ ଦେଖି ବିଗ୍‌ ବି ରାଗିଥିଲେ। ‘ ମୁଁ ତ ତୁମକୁ ଡାକିନି, ଏତେ ସକାଳୁ ସକାଳୁ କେମିତି ଚାଲି ଆସିଲ ବୋଲି ପଚାରିଥିଲେ।

ଅଜୟ ମଧ୍ୟ କହିଥିଲେ, ବିଗ୍‌ ବିଙ୍କୁ ସେ ଏହି ପ୍ରାଙ୍କ ବିଷୟରେ ଅନେକ ବର୍ଷ ପରେ କହିଥିଲେ କେବିସି ସେଟ୍‌ରେ। ପୁରା ଅଡ଼ିଆନ୍ସଙ୍କ ସାମ୍ନାରେ ଅଜୟ ଏହି କଥା ବିଗ୍‌ ବିଙ୍କୁ କହିଥିଲେ। ସେ ପର୍ଯ୍ୟନ୍ତ ଅମିତାଭଙ୍କୁ ଅଜୟଙ୍କ ପ୍ରାଙ୍କ ବିଷୟରେ ଜଣା ନ ଥିଲା।
ଅଭିଷେକ ଆହୁରି କହିଥିଲେ, ଅଜୟ ଫିଲ୍ମ ସେଟ୍‌ରେ ବହୁତ ପ୍ରାଙ୍କ କରନ୍ତି ଏବଂ ଅନେକ ଲୋକଙ୍କୁ ତାଙ୍କ ପ୍ରାଙ୍କରେ ହଇରାଣ ବି କରନ୍ତି।

 

You might also like