ଐଶ୍ୱର୍ଯ୍ୟାଙ୍କ ଡୁପ୍ଲିକେଟ୍ : ପାକିସ୍ତାନୀ ବ୍ୟୁଟି ବ୍ଲଗର୍ ଆମନା ଇମ୍ରାନଙ୍କ ଫଟୋକୁ ନେଇ ଚର୍ଚ୍ଚା

ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ଚେହେରା, ଆଉ ତାଙ୍କ ପରି ଠାଣିବାଣୀ ସବୁ ତାଙ୍କ ପରି । ଫଟୋ ପୋଜ ମଧ୍ୟ ଦେଉଛନ୍ତି ବଲିଉଡ଼ ଅଭିନେତ୍ରୀ ତାଙ୍କ ପରି। ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦିଶୁଛନ୍ତି ପାକିସ୍ତାନର ଜଣେ ଯୁବତୀ। ଇଣ୍ଟରନେଟରେ ଫଟୋ ଭାଇରାଲ୍ ହେବା ପରେ ପାକିସ୍ତାନୀ ବ୍ଲଗର୍‌ ଆମନା ଇମ୍ରାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆମନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଅନେକ ଫଟୋ ଅଛି ଯେଉଁଥିରେ ସେ କେବଳ ଐଶ୍ୱର୍ଯ୍ୟାଙ୍କ ଭଳି ପୋଜ ଦେଇ ଫଟୋ ଉଠାନ୍ତି ନାହିଁ, ବରଂ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ଅଦ୍ଭୁତ ସମାନତା ନେଇ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଫଟୋ ଦେଖି  ଅଭିନେତ୍ରୀଙ୍କ  ଐଶ୍ୱର୍ଯ୍ୟାଙ୍କ ନକଲ ବୋଲି ମଧ୍ୟ କହୁଛନ୍ତି।

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଚେହେରା ସହ ମେଳ ଖାଉଥିବା ଜଣେ ପାକିସ୍ତାନୀ ଯୁବତୀଙ୍କୁ ନେଇ ଇଣ୍ଟରନେଟରେ ଜୋରଦାର ଚର୍ଚ୍ଚା। ପାକିସ୍ତାନର ଆମନା ଇମ୍ରାନ୍ ଏବେ ‌ଆମେରିକାରେ ରହୁଥିବା ବେଳେ ସେ ଜଣେ ବ୍ୟୁଟି ବ୍ଲଗର୍। ସବୁଠାରୁ ଖାସ୍‌କଥା ହେଉଛି ଆମନାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟର ଫଟୋ ଓ ଭିଡ଼ିଓ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ସେ ଐଶ୍ୱର୍ଯ୍ୟାଙ୍କୁ କପି କରୁଛନ୍ତି ।  କେହି କେହି ତ ତାଙ୍କ ଫଟୋ ଦେଖି ଐଶ୍ୱର୍ଯ୍ୟା ବୋଲି ଧୋକା ମଧ୍ୟ ଖାଇ ଯାଉଛନ୍ତି। ଅନେକ ଇଣ୍ଟରନେଟ୍ ୟୁଜର ଆମନାଙ୍କୁ ଐଶ୍ୱର୍ଯ୍ୟା ବୋଲି ଧରି ନେଇଥିବା କମେଣ୍ଟରେ ଲେଖିଛନ୍ତି।

ସୋସିଆଲ ମିଡିଆରେ ପ୍ରାୟ ୪,୦୦୦ ୟୁଜର ଆମନାଙ୍କୁ ଫଲୋକ କରୁଛନ୍ତି। ସୋସିଆଲ ମିଡ଼ିଆ ୟୁଜରଙ୍କ ସହ ସେ ନିଜେ ନିଜକୁ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପରି ଦେଖା ଯାଉଥିବା ମାନନ୍ତି। ଆଉ ଏହି କାରଣରୁ ଆମନା ତାଙ୍କ ବାୟୋରେ ଲେଖିଛନ୍ତି, ଐଶ୍ୱର୍ଯ୍ୟା ରାୟଙ୍କ କାର୍ବନ କପି । ଶାନ୍ତି, ପ୍ରେମ, ଏକତା, ସହନଶୀଳତା ଏବଂ ନମ୍ରତା ଉପରେ ସେ ବିଶ୍ୱାସ କରୁଥିବା ତାଙ୍କ ବାୟୋରେ ଉଲ୍ଲେଖ ରହିଛି।

ଆମନା ପ୍ଲାଷ୍ଟିକ ସର୍ଜରୀ କରି ଐଶ୍ୱର୍ଯ୍ୟା ଭଳି ହେବାକୁ ଚେଷ୍ଟା କରିଥିବା ଜଣେ ୟୁଜର କମେଣ୍ଟ ଦେଇଛନ୍ତି। ଏପଟେ ପ୍ରଶଂସା ହେଉ କି ସମାଲୋଚନା ତାଙ୍କ ଫଟୋକୁ ନେଇ ଏତେ ଚର୍ଚ୍ଚା ପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆମନା। ତାଙ୍କୁ ମିଳିଥିବା ସ୍ନେହ ଓ ଭଲ ପାଇବା ଲାଗି ସେ ଚିତକୃତଜ୍ଞ ବୋଲି ନିଜ ଉତ୍ତରରେ ଲେଖିଛନ୍ତି ।

ଆମନାଙ୍କ ପୂର୍ବରୁ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସହ ସମାନତା ଥିବା ନେଇ ଜଣେ ଅଭିନେତ୍ରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ପୂର୍ବରୁ ସ୍ନେହା ଉଲାଲ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖା ଯାଉଥିବା କୁହାଯାଉଥିଲା ଏବଂ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା  ହେଉଥିଲା। ୨୦୦୫ ରେ ଯେତେବେଳେ ସେ ‘ଲକି: ନୋ ଟାଇମ୍ ଫର ଲଭ୍’ ସହିତ ବଲିଉଡ ଡେବ୍ୟୁ କରିଥିଲେ, ଅନେକ ରିପୋର୍ଟରେ ଦାବି କରାଯାଇଥିଲା, ସେ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବାରୁ ସଲମାନ ଖାନ ତାଙ୍କୁ ଚଳଚ୍ଚିତ୍ର ଜଗତକୁ ଆଣିଥିଲେ।

You might also like