ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସ ତରଫରୁ ଚୂଡ଼ାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟ ସିବିଆଇକୁ ପ୍ରଦାନ କରାଯାଇଛି । ଗତକାଲି ସଂଧ୍ୟାରେ ଏହି ରିପୋର୍ଟ ଦିଆଯାଇଥିବା ଜଣାପଡ଼ିଛି । ଏହି ବ୍ୟବଚ୍ଛେଦ ରିପୋର୍ଟ ସହିତ ଅନ୍ୟ ତଥ୍ୟ ପ୍ରମାଣକୁ ନେଇ ସିବିଆଇ ତଦନ୍ତ କରିବ।

ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ? ଆଗରୁ ଥରେ ମୁମ୍ବାଇରେ ସୁଶାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ ପୁଣି ଥରେ ଦିଲ୍ଲୀ ଏମ୍ସରେ ଏହାର ବିଶ୍ଲେଷଣ କରାଯାଇଛି । ସେପଟେ ପୁରା ଘଟଣାର ସତ ଖୋଜିବାକୁ ସବୁ ଦିଗରୁ ତଦନ୍ତ କରାଯାଉଥିବା କହିଛି ସିବିଆଇ ।

ଏକ ବିବୃତିରେ କୁହାଯାଇଛି ଯେ, ପେସାଦାର ସଂସ୍ଥା ସିବିଆଇ ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ କରୁଛି । କୌଣସି ଦିଗକୁ ବାଦ୍ ଦିଆଯାଉନାହିଁ । ଗତ ସପ୍ତାହରେ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାକୁ ହତ୍ୟା ଭାବେ ଗ୍ରହଣ କରି ତଦନ୍ତ କରିବାରେ ଡେରି କରୁଛି ସିବିଆଇ ।

ସେପଟେ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ସୁଶାନ୍ତ ସିଂହ ମୃତ୍ୟୁର ସତ ପଦାକୁ ଆସିବା ରାଜ୍ୟ ସରକାର ମଧ୍ୟ ଚାହୁଁଛନ୍ତି । ଯେତେ ଶୀଘ୍ର ତଦନ୍ତ କରି ସିବି୍ଇରା ସତ ଖୋଜିବ, ତାହା ସେତେ ଭଲ। ଅନ୍ୟପଟେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ବଲିଉଡର ୨୦ରୁ ଅଧିକ କଳାକାର ଥିବା ଜଣାପଡ଼ିଛି । ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କୁ ପଚରାଉଚରା ପରେ ଆଉ କିଛି ଷ୍ଟାର ମଧ୍ୟ ସନ୍ଦେହ ଘେରରେ ଥିବା ଜଣାପଡ଼ିଛି । ୪ ହିରୋଇନଙ୍କ ମୋବାଇଲରୁ ଏହି ସୁରାକ ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like