ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ୩ ମାସରୁ ଅଧିକ ଦିନ ବିତିଗଲାଣି। ହେଲେ ଏବେ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ଏହା ହତ୍ୟା ନା ଆତ୍ମହତ୍ୟା ଥିଲା। ଏବେବି ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

ସୁଶାନ୍ତ ମୃତ୍ୟୁ ମାମଲାରେ CBI ତଦନ୍ତ ଓ ନ୍ୟାୟ ମିଳିବାରେ ବିଳମ୍ବତାକୁ ନେଇ ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିକାଶ ସିଂ ଟ୍ୱିଟ୍‌ କରି ଦାବି କରିଛନ୍ତି, ‘ସୁଶାନ୍ତଙ୍କ ଫଟୋ ବହୁତ ଦିନ ତଳେ ମୁଁ ଏମ୍ସ ଟିମ୍‌ରେ ଥିବା ଜଣେ ଡାକ୍ତର ନିକଟକୁ ପଠାଇଥିଲି। ଏହି ଫଟୋକୁ ଦେଖି ସେ ମୋତେ କହିଥିଲେ, ୨୦୦% ଏହା ତଣ୍ଟି ଚିପି ହତ୍ୟା କରାଯାଇଛି, ଏହା ଆତ୍ମହତ୍ୟା ନୁହେଁ।

ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ମୁମ୍ବାଇ ପୋଲିସ୍‌ Accidental Death Report (ADR) ରୁଜୁ କରିଥିଲା।

ଜୁଲାଇ ୨୫ରେ ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଏହି ଘଟଣାରେ ପାଟନା ପୋଲିସ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦ୍ରିଜିତ୍‌ ଓ ମା’ ସନ୍ଧ୍ୟା, ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ତାଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପାଟନା ପୋଲିସ୍‌ ଏହି ଘଟଣାରେ ମାମଲା ରୁଜୁ କରିଥିଲା। ହେଲେ ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ଏମାନେ ସମସ୍ତ ତାଙ୍କ ପୁଅ ସହ ପ୍ରତାରଣା କରିବା ସହ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସ୍‌କାଇଥିବା ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଥିଲେ। ଏପରିକି ସୁଶାନ୍ତଙ୍କ ଆକାଉଣ୍ଟ୍‌ରୁ ୧୫ କୋଟି ଟଙ୍କା ଗାଏବ ହେବାନେଇ ମଧ୍ୟ ଅଭିଯୋଗ ଆଣିଥିଲେ ସୁଶାନ୍ତଙ୍କ ବାପା।

ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନ୍‌ସିବି) ଏହାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

You might also like