ପାକିସ୍ତାନକୁ ବଲିଉଡ୍ର ଜବାବ୍; ପିଏମ୍ଙ୍କୁ ଚିଠିଲେଖିଲା ଏଆଇସିଡବ୍ଲ୍ୟୁଏ
ମୁମ୍ବାଇ: ପାକିସ୍ତାନକୁ ତା’ ନିଜ ଭାଷାରେ ହିଁ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ହିନ୍ଦୀ ସିନେମା ଜଗତ ବା ବଲିଉଡ୍। ପାକିସ୍ତାନୀ କଳାକାରଙ୍କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍ ସହ ସମସ୍ତ ପ୍ରକାର କୂଟନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ଅନୁରୋଧ କରିଛି ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏସନ।
ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନ ସବୁ ସମ୍ପର୍କ ଛିନ୍ନ କରିବା ନେଇ ଘୋଷଣା କରିବା, ପାକିସ୍ତାନରେ ଭାରତୀୟ ସିନେମାକୁ ବ୍ୟାନ୍ କରିବା ପରେ ଏଭଳି ଚିଠି ଲେଖିଛି ଆସୋସିଏସନ୍।
ପିଏମ୍ଙ୍କୁ ଲେଖିଥିବା ଚିଠିରେ ଦେଶ ପ୍ରଥମ ବୋଲି ଆସୋସିଏସନ ଲେଖିବା ସହ ‘ଏକ ଦେଶ-ଏକ ସ୍ୱପ୍ନ’ର ନାରା ଦିଆଯାଇଛି। କାଶ୍ମୀରକୁ ନେଇ ମୋଦି ସରକାର ଯେଉଁ ସାହସିକ ପଦକ୍ଷେପ ନେଇଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାରା ସିନେ ଜଗତ ପକ୍ଷରୁ କୃତଜ୍ଞତା ଜଣାଇଛି ଆସୋସିଏସନ୍ ।