ମିକାଙ୍କୁ ବ୍ୟାନ୍; କୌଣସି ଫିଲ୍ମ ପ୍ରଡକ୍ସନ ହାଉସ୍‌ କିମ୍ବା ମ୍ୟୁଜିକ୍‌ କମ୍ପାନୀରେ କାମ କରିପାରିବେନି

ମୁମ୍ବାଇ: ଗାୟକ ମିକା ସିଂହଙ୍କୁ ବଡ଼ ଝଟକା। ଅଲ୍ ଇଣ୍ଡିଆ ସିନେ ୱାକର୍ସ ଆସୋସିଏଏସ୍ଏନ୍ ପକ୍ଷରୁ ତାଙ୍କୁ ବ୍ୟାନ୍ କରାଯାଇଛି। ଫିଲ୍ମ ପ୍ରଡକସନ୍ ହାଉସ୍, ମ୍ୟୁଜିକ୍ କମ୍ପାନୀ ଏବଂ ସମସ୍ତ କନ୍ସର୍ଟରୁ ତାଙ୍କୁ ବ୍ୟାନ୍ କରାଯାଇଛି।  ଖାଲି ଏତିକି ନୁହେଁ, ସିନେ ୱାକର୍ସ ଆସୋସିଏସନ୍ ମିକାଙ୍କୁ କୌଣସି ଫିଲ୍ମ କାମ ନଦେବାକୁ ପ୍ରଡକସନ୍ ହାଉସ୍‌କୁ ଚେତାଇ ଦେଇଛି।

ଯଦି, କେହି ତାଙ୍କୁ କାମ ଦିଅନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି ସଂଘ। ଏହାସହ ଏହି ମାମଲାରେ ସୂଚନା ଓ ପ୍ରସାରଣ ବିଭାଗକୁ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି।

ସୂଚନାନୁସାରେ, ଗତ ସପ୍ତାହରେ ମିକା କରାଚୀର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ପରଭେଜ୍ ମୁଶାରପ୍‌ଙ୍କ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମ ଥିଲା। ଏହାକୁ ନେଇ ବିବାଦ ଦେଖା ଦେଇଥିଲା।

ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତର ଫିଲ୍ମକୁ ବ୍ୟାନ୍ କରିବା ସହ ବାଣିଜ୍ୟ ଓ କୁଟନୈତିକ ସମ୍ପର୍କ ଛିନ୍ନ କରିଛି । ଏହାପରେ ବି କିପରି ମିକା ପାକିସ୍ତାନ ଯାଇ କାର୍ଯ୍ୟକ୍ରମରେ ସାମିଲ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି।

 

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like