ମୁମ୍ବାଇ ରିଟର୍ଣ୍ଣ ପୂର୍ବରୁ କଙ୍ଗନାଙ୍କ ଅଫିସ୍‌ରେ ବୁଲିଲା ବୁଲ୍‌ଡୋଜର୍‌

ମୁମ୍ବାଇ: ବିବାଦ ଭିତରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ୍‌ ଆଜି ଆଜି ମୁମ୍ବାଇ ଫେରୁଥିବା ବେଳେ ମୁମ୍ବାଇ ପାଲି ହିଲ୍ସ ସ୍ଥିତ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମ ଅଫିସ୍‌କୁ Brihanmumbai Municipal Corporation (BMC) ପକ୍ଷରୁ ଭଙ୍ଗା ଯାଇଛି। କଙ୍ଗନାଙ୍କ ଅଫିସ୍‌ ଓ ଘର ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା ନେଇ ଗତକାଲି BMC ନୋଟିସ୍‌ କରିଥିଲା।

ଅନ୍ୟପକ୍ଷରେ, ଏହି ଘଟଣାକୁ ଅଭିନେତ୍ରୀ କଙ୍ଗନା ତୀବ୍ର ସମାଲୋଚନା କରିଛନ୍ତି। ବିଏମ୍‌ସି ପକ୍ଷରୁ ମଣିକର୍ଣ୍ଣିକା ବିଲ୍ଡିଂ ଭଙ୍ଗା ଯିବାର ଫଟୋ ଶେଆର କରି କଙ୍ଗନା କହିଛନ୍ତି, ମୁଁ କେବେ ଭୁଲ୍ ନଥିଲି। ମୋର ଶତ୍ରୁମାନେ ଏହାକୁ ବାରମ୍ବାର ପ୍ରମାଣିତ କରି ଚାଲିଛନ୍ତି। ମୋ ମୁମ୍ବାଇ ଏବେ ପିଓକେ ହୋଇଯାଇଛି। 

ଏହାପୂର୍ବରୁ କଙ୍ଗନା ଟ୍ୱିଟ୍‌ କରି କହିଥିଲେ, ମହାରାଷ୍ଟ୍ର ସରକାର ଓ ତାଙ୍କର ଗୁଣ୍ଡାମାନେ ତାଙ୍କ ପ୍ରପୋର୍ଟିକୁ ବେଆଇନ୍‌ ଭାବେ ଭାଙ୍ଗିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।

ଅନ୍ୟପକ୍ଷରେ ବିଏମ୍‌ସିର ଏଭଳି ପଦକ୍ଷେପକୁ ବେଆଇନ୍‌ ଦର୍ଶାଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଙ୍ଗନାଙ୍କ ଓକିଲ। କଙ୍ଗନା କୌଣସି ବେଆଇନ୍‌ ନିର୍ମାଣ କରି ନ ଥିବା ତାଙ୍କ ଓକିଲ କହିଛନ୍ତି।

ପଢ଼ନ୍ତୁ: ରାଣୀ ଲକ୍ଷ୍ମୀବାଈଙ୍କ ପଥ ଅନୁସରଣ କରି ଚାଲିବି; ନା କାହାକୁ ଡରିବି, ନା ନଇଁବି: କଙ୍ଗନା

ଆହୁରି ପଢ଼ନ୍ତୁ

ପ୍ରଶଂସକ ପଚାରିଲେ ଡ୍ରଗ୍ସ ଅଛି? ଅଭିଷେକ ଦେଲେ ଏମିତି ଉତ୍ତର

‘ବିଗବସ୍ -୧୪’ରେ ସାମିଲ୍‌ ହେବେ ରାଧେ ମା’

ହିରୋଇନ୍‌ଙ୍କ ପରେ ଆସୁଛି ହିରୋଙ୍କ ପାଳି, NCB ହାତରେ ଲାଗିଛି ୪ କୋଡ୍‌ ୱାର୍ଡ

ଯଦି ବାହୁବଳୀ ଷ୍ଟାର ପ୍ରଭାସ ପ୍ରପୋଜ କରନ୍ତି…କ’ଣ ଉତ୍ତର ଦେବେ ପୂଜା ?

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ବୟଫ୍ରେଣ୍ଡ୍‌ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ରେ‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅଭିନେତ୍ରୀ ନୟନତାରା !

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

You might also like