ପୁଣି ବିବାଦରେ ଅଭିନେତା ପପୁ ପମ୍‌ପମ୍‌; ରାନୁ ମଣ୍ଡଳଙ୍କୁ କପି କରି ଗାଇଲେ ଗୀତ

ଭୁବନେଶ୍ୱର: ରେଳଷ୍ଟେସନରେ ଗୀତ ଗାଇ ବଲିଉଡ୍‌ରେ ଏଣ୍ଟ୍ରି ମାରିଥିବା ରାନୁ ମଣ୍ଡଳଙ୍କୁ କପି କରି ପୁଣି ବିବାଦ ଘେରରେ ଛନ୍ଦି ହୋଇପଡ଼ିଛନ୍ତି ଓଲିଉଡ୍ ଅଭିନେତା ପପୁ ପମ୍ ପମ୍। ହିମେଶ ରେଶମିୟାଙ୍କ ସହ ଏକ ଅପକମିଂ ଫିଲ୍ମର ଷ୍ଟୁଡ଼ିଓ ଭର୍ସନ ଗୀତରେ ନଜର ଆସିଥିବା ରାନୁଙ୍କୁ ପପୁ କପି କରିଥିବା ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି।

ପପୁଙ୍କର ଏହି ଭିଡିଓକୁ ନେଇ ସୋଶାଲ୍ ମିଡି‌ଆରେ ଭାଇରାଲ୍ ହେବା ସହ ବିବାଦ ବି ଦେଖାଦେଇଛି। କିଛି ଲୋକ ଏହାକୁ ନିନ୍ଦା କରୁଥିବା ବେଳେ ଆଉ କିଛି ଲୋକ ପପୁଙ୍କ ବିରୋଧରେ ବିଷେଦଗାର କରୁଛନ୍ତି। ରାନୁଙ୍କୁ ନକଲ କରିବା ପପୁଙ୍କ ପାଇଁ ଶୋଭା ପାଉନାହିଁ ବୋଲି ସୋଶାଲ୍‌ ମିଡିଆରେ ମତ ପ୍ରକାଶ ପାଇଛି।

ପୂର୍ବରୁ ଅପକମିଂ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନୈୟା’ର ଏକ ବିବାଦୀୟ ପୋଷ୍ଟରକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଥିଲେ ପପୁ। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ପପୁ କ୍ଷମା ବି ମାଗିଥିଲେ।

ଏସବୁ ଭିତରେ ଏବେ ରାନୁଙ୍କ ଭଳି ଜଣେ ଅସାଧାରଣ ପ୍ରତିଭାଙ୍କୁ ପପୁ କପି କରି ଭିଡିଓ କରିବାକୁ ନେଇ ସୋଶାଲ୍‌ ମିଡିଆରେ ତୀବ୍ର ନିନ୍ଦା କରାଯାଇଛି। ତେବେ ଏନେଇ ପପୁ ପମ୍ ପମ୍‌ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ନିଜର ସୁମଧୁର ସ୍ୱର ଓ ଅସାଧାରଣ ପ୍ରତିଭା ପାଇଁ ରାତାରାତି ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଳ ଏବେ ସୋଶାଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟିଛନ୍ତି। ତାଙ୍କର ପ୍ରତିଭାକୁ ନେଇ ସାରା ଦେଶ ତାଙ୍କୁ ପ୍ରଶଂସା କରୁଛି।

ଆହୁରି ପଢ଼ନ୍ତୁ

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

You might also like