ଶିବାୟରେ କିସିଂ ସିନ୍‌ ଦେଖି ଅଜୟଙ୍କୁ ମାରିବାକୁ ବାହାରିଥିଲେ କାଜୋଲ୍‌!

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ କିସିଂ ସିନ୍‌ ରହିବା ଏକ ସାଧାରଣ କଥା। କାହାଣୀର ଗୁରୁତ୍ୱ ଦେଖି ଏହି ସିନ୍‌କୁ ସିନେମାରେ ସାମିଲ୍‌ କରନ୍ତି ନିର୍ଦ୍ଦେଶକ। କିନ୍ତୁ ବଲିଉଡ୍‌ରେ ଏମିତି କିଛି କଳାକାର ଅଛିନ୍ତି ଯେଉଁମାନେ କିସିଂ ସିନ୍‌ କରିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେମାନେ ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ କଥା ହୋଇଥାନ୍ତି।

ଅଭିନେତା ସଲମାନ୍‌ ଖାନ୍‌ ଏବଂ ଅଜୟ ଦେବଗନ୍‌ ତାଙ୍କ ଫିଲ୍ମରେ କିସିଂ ସିନ୍‌ କରନ୍ତି ନାହିଁ। ସଲମାନ୍‌ ଖାନ୍‌ ଏପର୍ଯ୍ୟନ୍ତ ତାଙ୍କର କୌଣସି ଫିଲ୍ମରେ କିସିଂ ସିନ୍‌ କରିନଥିବା ବେଳେ ଅଜୟ ଦେବଗନ୍‌ କିନ୍ତୁ ୨୦୧୬ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଶିବାୟ’ରେ ପ୍ରଥମ ଥର ପାଇଁ କିସିଂ ସିନ୍‌ କରିଥିଲେ।

ଶିବାୟ ଫିଲ୍ମରେ ଅଜୟଙ୍କ କିସିଂ ସିନ୍‌ ସହ କିଛି ରୋମାଣ୍ଟିକ୍‌ ସିନ୍‌ ମଧ୍ୟ ଥିଲା। ଏହି ଫିଲ୍ମଟି ଯଦିଓ ଆକ୍ସନ ଏବଂ ଥ୍ରିଲର୍‌ ଉପରେ‌ ଥିଲା ତେଣୁ ଏଥିରେ ଅଜୟଙ୍କ କିସିଂ ସିନ୍‌ ଦର୍ଶକଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟ କରିଦେଇଥିଲା।

ସାଧାରଣ ଲୋକଙ୍କ ପରି କାଜୋଲ୍‌ ମଧ୍ୟ ଅଜୟଙ୍କ କିସିଂ ସିନ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫିଲ୍ମରେ କିସିଂ ସିନ୍‌ ଅଛି ବୋଲି ସେ ପୂର୍ବରୁ ଜାଣିନଥିଲେ। ପରଦାରେ ସିନ୍ ସବୁ‌ ଦଖିବା ପରେ ସେ ତାଙ୍କୁ ବନ୍ଧୁକ ଧରି ମାରିବାକୁ ବାହାରିଥିଲେ ବୋଲି କହିଛନ୍ତି।

ଥରେ ‘କମେଡି ନାଇଟ୍ ୱିଥ୍‌ କପିଲ୍’‌ ଶୋ’‌ରେ ଯୋଗଦେବା ସମୟରେ ଶୋ’ର ହୋଷ୍ଟ ଶିବାୟରେ ଅଜୟ ଦେବଗନ୍‌ଙ୍କ କିସିଂ ସିନ୍‌ ଦେଖିବା ପରେ ତାଙ୍କ ମନକୁ କ’ଣ ଆସିଥିବା ବୋଲି ପଚାରିଥିଲେ। ଯାହାର ଉତ୍ତରରେ କାଜୋଲ୍‌  ‘ଦିଲ୍ଲ ୱାଲେ’ ଫିଲ୍ମର ବନ୍ଧୁକ ହାତକୁ ଆସିଥିଲା। ମାରିଦେଇଥାନ୍ତି ଭାବୁଥିଲି ବୋଲି ବଡ ମଜାକିଆ ଢଙ୍ଗରେ କହିଥିଲେ।

 

ଆହୁରି ପଢ଼ନ୍ତୁ

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

ବିବାହ କରିବେ ତାରା!

ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

You might also like