୩୧ ବର୍ଷ ପରେ ଫେରୁଛି ‘ଲାଲ୍‌ପାନ୍‌ ବିବି’

ଭୁବନେଶ୍ୱର: ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍‌ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍‌ ରୋଲ୍‌ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ ବର୍ଷ ପରେ ପୁଣି ଥରେ ପରଦାକୁ ଫେରୁଛି ‘ଲାଲ୍‌ପାନ୍‌ ବିବି’। ଅବଶ୍ୟ ଏହା ଏକ ଭିନ୍ନ ରୂପରେ ଆସୁଛି।

ସୂଚନା ଅନୁଯାୟୀ, ବଡ଼ ନୁହେଁ, ଛୋଟ ପରଦା ପାଇଁ ଏହି ନାଁରେ ପ୍ରସ୍ତୁତ ହେଉଛି ଏକ ଚଳଚ୍ଚିତ୍ର। ତରଙ୍ଗ ସିନେ ପ୍ରଡକ୍ସନ୍ସ ଏହି ଟେଲି ଫିଲ୍ମର ନିର୍ମାଣ କରୁଛି।

ଏହି ଟେଲି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶ୍ୱିନୀ ଗଡ଼ନାୟକ। ପିଲାମାନେ ବିଦେଶରେ ରହୁଥିବା ବେଳେ ପରିଣତ ବୟସରେ ବାପା ମା’ମାନେ କିପରି ଅସହାୟ ଅବସ୍ଥାରେ ରହି ସଂଘର୍ଷ କରୁଛନ୍ତି, ତାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି।

 

ଏହି ଟେଲି ଫିଲ୍ମରେ ମଧ୍ୟ ମହେଶ୍ୱତା ରାୟ ଅଭିନୟ କରିଛନ୍ତି।  ଫିଲ୍ମଟିର ମୁଖ୍ୟ ଚରିତ୍ରରେ ତାଙ୍କ ସହିତ ମିହିର ଦାସ ଅଭିନୟ କରିଛନ୍ତି। ଫିଲ୍ମର ସଂଯୋଜନା ଦାୟିତ୍ୱରେ ଅଛନ୍ତି ଶରତ ନାୟକ ଓ ଏହାର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

You might also like