ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ଲାଗି ଲୋକମାନେ ଦାବି କରିଛନ୍ତି। ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦକୁ ନେଇ ମଧ୍ୟ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଲୋକମାନେ ଟାର୍ଗେଟ୍ କରିଛନ୍ତି। ସେମାନଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ କରିବାଠୁ ଆରମ୍ଭ କରି ‌ସେମାନଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଛନ୍ତି। ଏସବୁ ଘଟଣାକୁ ନେଇ ବଲିଉଡ୍‌ର କିଛି ପ୍ରମୁଖ କଳାକାର ମାନେ ସାମୟିକ ଭାବେ ସେମାନଙ୍କର ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ବନ୍ଦ କରି ଦେଇଥିବା ଜଣାପଡ଼ିଛି।

rhea chakraborty

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ୧୪ ଦିନ ପୂରି ଯାଇଛି। ପୁଲିସ୍‌ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ଏସବୁ ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ର କମେଣ୍ଟ୍‌ସ୍‌ ବିକଳ୍ପକୁ ବନ୍ଦ କରି ଦେଇଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଯଦି ବେଶୀ କେହି ଚର୍ଚ୍ଚାରେ ଥାନ୍ତି, ସେ ହେଉଛନ୍ତି ରିୟା। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପାଇଁ ଅନେକ ଲୋକ ରିୟାଙ୍କୁ ଦାୟୀ କରିଛନ୍ତି। ଖାଲି ଏତିକି ନୁହେଁ ସୋସିଆଲ୍‌ ମିଡିଆରେ ତାଙ୍କୁ ଟ୍ରୋଲ୍‌ ମଧ୍ୟ କରାଯାଉଛି। ତେବେ ଏସବୁ ସମସ୍ୟାରୁ ମୁକୁଳିବା ପାଇଁ  ରିୟା ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

rhea chakraborty

ରିୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ର ସେଟିଙ୍ଗ୍‌ରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଥିବା କମେଣ୍ଟସ୍‌ ଅପସନ୍‌କୁ ସେ ବନ୍ଦ କରି ଦେଇଛନ୍ତି। ଏବେ ଆଉ କେହିବି ତାଙ୍କ କୌଣସି ପୋଷ୍ଟରେ କମେଣ୍ଟସ୍‌ ଦେଇପାରିବେ ନାହିଁ। ହଠାତ୍‌ ରିୟାଙ୍କ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି।

View this post on Instagram

I really miss shooting ! Ok bye 😡 #rheality

A post shared by Rhea Chakraborty (@rhea_chakraborty) on

କିଛିଦିନ ତଳେ ବାନ୍ଦ୍ରା ପୁଲିସ୍‌ ୯ଘଣ୍ଟା ଧରି ରିୟାଙ୍କୁ ପଚରାଉଚରା କରିଥିଲା। ରିୟାଙ୍କୁ ପଚରାଉଚରା ବେଳେ ଅନେକ ଘଟଣା ସାମ୍ନାକୁ ଆସିଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ସତରେ କ’ଣ ସୁଶାନ୍ତଙ୍କ ଘରେ ଭୂତ ଥିଲେ ?

ଆହୁରି ପଢ଼ନ୍ତୁ

ଶେଷଥର ପାଇଁ ବାପାଙ୍କୁ ଏହି କଥା କହିଥିଲେ ସୁଶାନ୍ତ…

ଆସିଲା ସୁଶାନ୍ତଙ୍କ ମୃତ୍ୟୁର ଫାଇନାଲ୍ ପୋଷ୍ଟମର୍ଟମ ରିପୋର୍ଟ

ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ…

ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ସୁଶାନ୍ତ

ସଲମାନ୍ ଖାନଙ୍କୁ ‘ପୋଷ୍ଟର୍ ବୟ’ କହି ବର୍ଷିଲେ ସୋନା ମହାପାତ୍ର

‘ବନ୍ଦେ ଭାରତମ୍‌’ ଫିଲ୍ମରେ ଲିଡ୍‌ ରୋଲ କରିଥାନ୍ତେ ସୁଶାନ୍ତ, କିନ୍ତୁ…

ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ସୁଶାନ୍ତଙ୍କ ଡାକ୍ତର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୯ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ…

You might also like