ବଲିଉଡ୍‌ରେ ପାଦ ଦେବା ପୂର୍ବରୁ କ’ଣ କରୁଥିଲେ ଆଦିତ୍ୟ?

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କର ଆଜି ଜନ୍ମଦିନ। ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଣ୍ଡନ୍‌ ଡ୍ରିମ୍ସ’ ମାଧ୍ୟମରେ ସେ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ତେବେ  ୨୦୧୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି-୨’ ଆଦିତ୍ୟଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ପିଲାଦିନୁ କିନ୍ତୁ ଆଦିତ୍ୟ କ୍ରିକେଟର ହେବାକୁ ଚାହୁଁଥିଲେ। ସେ କ୍ରିକେଟ୍‌ କୋଚିଂ ମଧ୍ୟ ନେଇଛନ୍ତି। ପ୍ରସିଦ୍ଧ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କାପୁର ଏବଂ ଅଭିନେତା କୁନାଲ ରୟ କାପୁରଙ୍କ ସାନ ଭାଇ ହେଉଛନ୍ତି ଆଦିତ୍ୟ।

ତେବେ ଆଦିତ୍ୟ ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ଜଣେ ଭିଜେ ବା ଭିଡିଓ ଜକି ଥିଲେ। ସେ ‘ଚ୍ୟାନେଲ ଭି ଇଣ୍ଡିଆ’ରେ କାମ କରୁଥିଲେ। ଦର୍ଶକ ତାଙ୍କୁ ଭିଜେ ଭାବେ ମଧ୍ୟ ବେଶ୍ ପସନ୍ଦ କରୁଥିଲେ। ଏହା ପରେ ଆଦିତ୍ୟ ଟେଲିଭିଜନ ଜଗତ ଛାଡି ବଡ ପରଦାରେ ଧିରେ ଧିରେ କାମ ଆରମ୍ଭ କଲେ। ୨୦୦୯ରେ ସେ ‘ଲଣ୍ଡନ ଡ୍ରିମ୍ସ’ ଫିଲ୍ମ ମାଧ୍ୟମରେ  ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ପ୍ରଥମ ଚଳଚ୍ଚିତ୍ରରେ ଆଦିତ୍ୟ ସଲମାନ ଖାନ ଏବଂ ଅଜୟ ଦେବଗାନଙ୍କ ପରି ବଡ ଅଭିନେତାଙ୍କ ସହ କାମ କରିଥିଲେ। ଏହାପରେ ସେ ଅକ୍ଷୟ କୁମାର ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଆକ୍ସନ ରିପ୍ଲେ’ରେ ଅଭିନୟ କରିଥିଲେ।

ତେବେ ମଝିରେ ଆଦିତ୍ୟଙ୍କର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ଅଫେୟାର ଚାଲିଥିବା ନେଇ ଶୁଣିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ‘ଆଶିକି-୨’, ‘ଦାୱତେ-ଇଶ୍କ’, ‘ଫିତୁର’, ‘ଲଭ୍‌ ୟୁ ଜିନ୍ଦାଗୀ’, ‘ଓକେ ଜାନୁ’ ‘ୱେଲ୍‌କମ୍‌ ଟୁ ନ୍ୟୁୟର୍କ’, ‘କଲଙ୍କ’  ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଆଦିତ୍ୟ।

ଆହୁରି ପଢ଼ନ୍ତୁ

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ହେଲେ ଟାଇଗର୍‌ ପପ୍

ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

You might also like