ବିବାହ କରିବେ ଆଦିତ୍ୟ, ୧୦ବର୍ଷର ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ: ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଶେଷରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସେ ତାଙ୍କର ୧୦ ବର୍ଷର ପ୍ରେମିକାକୁ ବିବାହ କରିବେ। ୨୦୧୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶାପିତ୍‌’ର ଅଭିନେତ୍ରୀ ତଥା ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲ୍‌ ସହ ସେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

ଆଦିତ୍ୟଙ୍କ କହିବା ଅନୁଯାୟୀ, ୨୦୧୦ରେ ‘ଶାପିତ୍‌’ ଫିଲ୍ମ ସେଟ୍‌ରେ ଶ୍ୱେତାଙ୍କ ସହ ତାଙ୍କର ଦେଖାହୋଇଥିଲା। ସେଟ୍‌ରେ ସେମାନେ ପରସ୍ପର ସହ ମିଳାମିଶା କରୁଥିଲେ। ଧୀରେ ଧୀରେ ଦୁହେଁ ପରସ୍ପରକୁ ପସନ୍ଦ କରିବାରେ ଲାଗିଲେ।

ଆଦିତ୍ୟ କହିଛନ୍ତି, ‘ଆରମ୍ଭରେ ଶ୍ୱେତା ଏବଂ ସେ କେବଳ ଭଲ ବନ୍ଧୁ ହେବାକୁ ଚାହୁଁଥିଲେ। କାରଣ ଦୁହେଁ ସେ ସମୟରେ ନିଜ  କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲୁ। ସେତେବେଳେ ଭଭୟଙ୍କର ବୟସ ମଧ୍ୟ କମ୍‌ ଥିଲା। ତେଣୁ ଦୁହେଁ ରିଲେସନ୍‌ସିପ୍‌ରେ ଆସିବାକୁ ଚାହୁଁନଥିଲୁ। କିନ୍ତୁ ଧୀରେ ଧୀରେ ତାଙ୍କ ବନ୍ଧୁତା ପ୍ରେମର ରୂପ ନେଲା।

ଆଦିତ୍ୟ କହିଛନ୍ତି, ବର୍ତ୍ତମାନ ବିବାହ କରିବାର ସମୟ ଆସିଯାଇଛି। ନଭେମ୍ବର କିମ୍ବା ଡିସେମ୍ବରରେ ଆମେ ବିବାହ କରିବୁ। ମୋର ପିତାମାତା ଶ୍ୱେତାଙ୍କୁ ବହୁତ ଭଲ ପାଆନ୍ତି।

କିଛି ଦିନ ପୂର୍ବରୁ, ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍’ର ସେଟ୍‌ରେ ଆଦିତ୍ୟ ଏବଂ ଶୋ’ର ଗାୟିକା ନେହା କକ୍କରଙ୍କ ମଧ୍ୟରେ ସମ୍ପର୍କ ଏବଂ ବିବାହ ବିଷୟରେ ବାରମ୍ବାର ଖବର ଆସିଥିଲା। ଆଦିତ୍ୟ କହିଛନ୍ତି ଯେ ନେହାଙ୍କ ସହ ତାଙ୍କର ସମ୍ପର୍କ କେବଳ ଗୁଜବ ଥିଲା। ଶୋର ନେହାଙ୍କ ସହ ଯାହା ସବୁ ମଜାମସ୍ତି ହେଉଥିଲା ସେସବୁ କେବଳ ଲୋକଙ୍କୁ ହସାଇବା ପାଇଁ ହେଉଥିଲା। କିନ୍ତୁ, ଲୋକମାନେ ତାକୁ ନେଇ ଟିକେ ଅଧିକ ଭାବିଦେଲେ। ଏଥିରେ କୌଣସି ସତ୍ୟତା ନାହିଁ।

ତେବେ ନେହା କକ୍କରଙ୍କ ବୟଫ୍ରେଣ୍ଡ ରୋହନପ୍ରୀତ ସିଂଙ୍କୁ ଆଦିତ୍ୟ ଭଲ ଭାବେ ଜାଣିଥିବା କହିଛନ୍ତି।  ନେହା ଏବଂ ରୋହନ ଉଭୟ ତାଙ୍କର ଭଲ ବନ୍ଧୁ ବୋଲି ସେ କହିଛନ୍ତି।

 

 

You might also like