ସଫେଇ ଦେଲେ ଆଦିତ୍ୟ; କହିଲେ, ଆର୍ଥିକ ସମସ୍ୟା ଅଛି, କିନ୍ତୁ ଦେବାଳିଆ ହୋଇନି

ମୁମ୍ବାଇ: କରୋନା ମହାମାରୀ ଅନ୍ୟମାନଙ୍କ ପରି ତାଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ତେଣୁ ସେ ମଧ୍ୟ   ସାଧାରଣ ଲୋକଙ୍କ ପରି  ଏହି ପାଣ୍ଡାମିକ୍‌ ସମୟରେ ବହୁତ ସଂଘର୍ଷ କରୁଛନ୍ତି। ନିକଟରେ ଏମିତି ଏକ ବାର୍ତ୍ତା ଦେଇ ଚର୍ଚ୍ଚାରେ ଥିଲେ ଗାୟକ ଆଦିତ୍ୟ ନାରାୟଣ।

ଏକ ନ୍ୟୁଜ୍ ପୋର୍ଟାଲକୁ କହିଥିଲେ, ଏହି ଲକ୍‌ଡାଉନ ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଛି। ୫ ଲକ୍ଷ ଇଏମଆଇ ବାବଦରେ କଟିଯିବା ପରେ ଏବେ ତାଙ୍କ ପାଖରେ ଆଉ ୧୮ ହଜାର ଟଙ୍କା ଅଛି। ଯଦି ସେ ଅକ୍ଟୋବରରେ କାମ ନକରନ୍ତି, ତେବେ ଏ ଟଙ୍କା ବି ସରିଯିବ। ତାଙ୍କୁ ବାଇକ୍ ବିକ୍ରି କରିବାକୁ ପଡିପାରେ।

ଆଦିତ୍ୟଙ୍କର ଏହି ଖବର ବେଶ ଭାଇରାଲ ହୋଇଥିଲା। ତେବେ ଏହି ବାର୍ତ୍ତା ଭାଇରାଲ ହେବା ପରେ ଆଦିତ୍ୟ ତାଙ୍କ ଆଭମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ ଇଣ୍ଡିଆନ ଏକ୍ସପ୍ରେସକୁ ଏକ ସାକ୍ଷାତ ଦେଇ କହିଛନ୍ତି, ମୋର କଥାକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯାଇଛି।

ଆଦିତ୍ୟ କହିଛନ୍ତି, ପ୍ରଥମେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଯେତେବେଳେ ମୋ ପାଖକୁ ଅନେକ କଲ୍‌ ଆସିଲା ଏବଂ ସମସ୍ତେ ମୋତେ ସାହାଯ୍ୟ କରିବାକୁ ଚାହୁଁଥିବା କହିଥିଲେ। ଏପରିକି ଇଣ୍ଡଷ୍ଟ୍ରି ସହ ଜଡ଼ିତ ମୋର ଅନେକ ବନ୍ଧୁ ମୋତେ ସହାୟତା କରିବେ ବୋଲି କହିଲେ। ଅବଶ୍ୟ ଏସବୁ ମୋ ହୃଦୟକୁ ବହୁତ ପ୍ରଭାବିତ କରିଥିଲା। ମୁଁ ଅନୁଭବ କଲି, ମୋର ବନ୍ଧୁମାନେ ପ୍ରକୃତରେ ମୋର ସୁଖ ଦୁଃଖର ବନ୍ଧୁ।’

ସେ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି, ‘ଏ କଥାକୁ ନେଇ ଦ୍ୱିମତ ନାହିଁ ଯେ, ଅନ୍ୟ ସମସ୍ତଙ୍କ ପରି ମୁଁ ବି ଏବେ ମୁସ୍କିଲ ସମୟ ଦେଇ ଗତି କରୁଛି। କାରଣ ଆମେ ଘରେ ବସିଛୁ। ତେବେ ଦେବାଳିଆ ଖବର ମିଛ ଅଟେ। ମୋ କଥାକୁ ଭୁଲ ଭାବେ ଉପସ୍ଥାପନା କରଯଯାଇଛି। ସବୁକିଛି ଏବେ ଠିକ୍ ଅଛି।’

ତେବେ ଏହି ଇଣ୍ଟରଭ୍ୟୁ ପ୍ରାୟ ଦେଢମାସ ତଳର ବୋଲି ସେ କହିଛନ୍ତି। ଅ‍ଫିସ ବିଷୟରେ କଥାବାର୍ତ୍ତା କରିବାବେଳେ ମୁଁ କହିଥିଲି, ନୂଆ ଆପାର୍ଟମେଣ୍ଟ କିଣିଛି। ଯଦି ଏହି ଲକ୍‌ଡାଉନ ଅବଧି ବଢିବ ତେବେ ସେଲେବ୍ରିଟି ହେଲେ ବି ଅନ୍ୟ ସମସ୍ତଙ୍କ ପରି ମୋତେ ବି ଇଏମଆଇକୁ ନେଇ ଚିନ୍ତା କରିବାକୁ ପଡ଼ିବ।’

ତେବେ ଇଏମଆଇ ବାବଦ ୫ ଲକ୍ଷ ଯିବା ପରେ ଆଉ ୧୮ ହଜାର ଟଙ୍କା ମୋ ପାଖରେ ବଳିବ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ।  ଏହି ପ୍ରସଙ୍ଗକୁ ନେଇ ଆଦିତ୍ୟ ମଜାକ୍‌ରେ କହିଛନ୍ତି, ମୋ ଶାଶୂ ଘର ଲୋକ ଭାବୁଥିବେ ଯେ, ଆମ ବାହାଘରରେ  ସେମାନଙ୍କୁ ଗିଫ୍ଟ ଭାବେକେମିତି ମିଳିବ ?

ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ସୁଦ୍ଧା ଆତିତ୍ୟ ତାଙ୍କର ୧୦ ବର୍ଷର ପ୍ରେମିକାକୁ ବିବାହ କରିବେ। ୨୦୧୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶାପିତ୍‌’ର ଅଭିନେତ୍ରୀ ତଥା ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲ୍‌ ସହ ସେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ବିବାଦରେ ଫଶିଲେ ବିଗ୍‌ ବି

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

You might also like