୧୦ ବର୍ଷର ସମ୍ପର୍କକୁ ବିବାହର ରୂପ ଦେଲେ ଆଦିତ୍ୟ
ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ।
View this post on Instagram
ଆଦିତ୍ୟ, କ୍ରିମ୍ ରଙ୍ଗର ଶେର୍ୱାନି ପିନ୍ଧି ଥିବାବେଳେ ଶ୍ୱେତା ହେଭି ୱାର୍କ ହୋଇଥିବା ଲେହେଙ୍ଗାରେ ବେଶ୍ ସୁନ୍ଦର ଦିଶୁଥିଲେ। ଆଦିତ୍ୟଙ୍କ ବରଯାତ୍ରୀରେ ଉଦିତ୍ ନାଚି ଖୁସି ମନାଉଥିବା ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବରୁ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ସମ୍ପର୍କକୁ ସର୍ବସମ୍ମୁଖକୁ ଆଣିଥିଲେ ଆଦିତ୍ୟ।
View this post on Instagram
View this post on Instagram
View this post on Instagram
୨୦୧୦ରେ ‘ଶାପିତ୍’ ଫିଲ୍ମ ସେଟ୍ରେ ଶ୍ୱେତାଙ୍କ ସହ ଆଦିତ୍ୟଙ୍କ ଦେଖା ହୋଇଥିଲା। ୧୦ବର୍ଷର ଥିଲା ସେମାନଙ୍କ ପ୍ରେମ ସମ୍ପର୍କ।
କିଛି ଦିନ ପୂର୍ବରୁ, ଗାୟିକା ନେହା କକ୍କରଙ୍କ ସହ ଆଦିତ୍ୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ନେହା ବୟଫ୍ରେଣ୍ଡ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରେ ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଆଦିତ୍ୟ ମଧ୍ୟ ଶ୍ୱେତାଙ୍କ ସହ ରିଲେସନଶିପ୍କୁ ନେଇ ଖୁଲାସା କରିଥିଲେ। ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଶୋ’ରେ ଆଦିତ୍ୟ ଏବଂ ନେହା କକ୍କରଙ୍କ ମଧ୍ୟରେ ସମ୍ପର୍କ ଏବଂ ବିବାହ ବିଷୟରେ ବାରମ୍ବାର ଖବର ଆସିଥିଲା। ନେହା ଶୋ’ର ବିଚାରକ ଥିବାବାଳେ ଏହି ଶୋ’କୁ ଆଦିତ୍ୟ ହୋଷ୍ଟ୍ କରିଥିଲେ।