ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଆଦିତ୍ୟ, ବିକ୍ରି କରିବେ ବାଇକ୍‌!

ମୁମ୍ବାଇ: କରୋନା ମହାମାରୀ ଅନେକ ଲୋକଙ୍କୁ ଠାରୁ ରୋଜଗାର ଛଡାଇନେଇଛି। ଅନେକ ଲୋକ ବୃତ୍ତି ହରାଇ ଅର୍ଥିକ ସମସ୍ୟାରେ ଗତି କରିଛନ୍ତି।  ସାଧାରଣ ଲୋକଙ୍କ ପରି  ଗାୟକ ଆଦିତ୍ୟ ନାରାୟଣ ମଧ୍ୟ ଏହି ସମୟରେ ବହୁତ ସଂଘର୍ଷ କରୁଛନ୍ତି। ଯଦିଓ ଏହି ସମୟରେ ସେ ତାଙ୍କ ବିବାହ ଖବର ହେତୁ ସମ୍ବାଦରେ ଅଛନ୍ତି, କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ଏକ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି, ଏହି ତାଲାବନ୍ଦ ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଛି। ତାଙ୍କ ନିଜ ସଞ୍ଚୟ ସମାପ୍ତ ହୋଇଯାଇଛି। ମ୍ୟୁଚୁଆଲ୍ ଫଣ୍ଡରେ ଥିବା ସମସ୍ତ ଟଙ୍କା ସେ ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ କୌଣସି ଉପାୟ ନାହିଁ। ତାଙ୍କ ପାଖରେ ଏବେ କେବଳ ୧୮୦୦୦ ଟଙ୍କା ବାକି ଅଛି।  ଯଦି ସେ ଅକ୍ଟୋବରରେ କାମ ନକରନ୍ତି, ତେବେ ଏ ଟଙ୍କା ବି ସରିଯିବ। ତାଙ୍କୁ ବାଇକ୍ ବିକ୍ରି କରିବାକୁ ପଡିପାରେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ସୁଦ୍ଧା ଆତିତ୍ୟ ତାଙ୍କର ୧୦ ବର୍ଷର ପ୍ରେମିକାକୁ ବିବାହ କରିବେ। ୨୦୧୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶାପିତ୍‌’ର ଅଭିନେତ୍ରୀ ତଥା ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲ୍‌ ସହ ସେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

You might also like