ଫ୍ୟାନ୍ସ ପଚାରିଲେ, ଆପଣ ଡ୍ରଗ୍ସ ନିଅନ୍ତି କି ? ଉତ୍ତରରେ ଅଭିନେତ୍ରୀ ୟାମି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ୟାମି ଟ୍ୱିଟରରେ ‘Ask Me’ session ହୋଷ୍ଟ୍‌ କରିଥିଲେ। ଏହି sessionରେ ଫ୍ୟାନ୍ସମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ମଧ୍ୟ ୟାମି ଦେଇଥିଲେ।

ଜଣେ ଫ୍ୟାନ୍ସ‌ ୟାମିଙ୍କୁ ପଚାରିଥିଲେ, ‘ଆପଣ କ’ଣ ଡ୍ରଗ୍ସ ନିଅନ୍ତି ? ମୁଁ ଜାଣିଛି ଓପନ୍‌ ପ୍ଲାଟ୍‌ଫର୍ମରେ ଏଭଳି ପ୍ରଶ୍ନ କରିବା ବଡ଼ ମୁର୍ଖାମୀ, କିନ୍ତୁ ଆପଣ ଯଦି ନେଉଥିବେ ଏହା ମୋ ପାଇଁ ଏକ ଦୃଦୟ ବିଦାରକ ! ’

ଯାହାର ଉତ୍ତରରେ ୟାମି କହିଥିଲେ, ‘ନା ମୁଁ ଏସବୁ ନିଏ ନାହିଁ ! ଏହାକୁ ମୁଁ ବିରୋଧ କରେ !’

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଘଟଣା ସାମ୍ନାକୁ ଆସିବା ପରେ ବଲିଉଡ୍‌ରେ ଡଗ୍ସ ଲିଙ୍କ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଡ୍ରଗ୍ସ ଲିଙ୍କ୍‌ ନେଇ ସେପ୍ଟେମ୍ବର ୮ରେ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି) ସୁଶାନ୍ତଙ୍କ ଗର୍ଲଫ୍ରଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ତେବେ ଅକ୍ଟୋବର ୭ରେ ତାଙ୍କୁ ଜାମିନ ମିଳିଥିଲା। ଏନ୍‌ସିବିର ଜେରା ସମୟରେ ରିୟା କିଛି ସେଲିବ୍ରିଟିଙ୍କ ନାଁ ମଧ୍ୟ ନେଇଥିଲେ ଓ ପରେ ଏହି ସେଲିବ୍ରିଟିମାନଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌, ରାକୁଲ୍‌ ପ୍ରୀତ୍, ସିମୋନ୍‌ ଖୋମ୍ବୋଟା, ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁର୍‌ ଥିଲେ। ‌

ଯଦି ଆମେ ୟାମିଙ୍କ ୱର୍କ ଫ୍ରଣ୍ଟ କଥା କହିବା, ତେବେ ଆଗାମୀ ଫିଲ୍ମ ‘Bhoot Police’ ରେ ନଜର ଆସିବେ ୟାମି। ଏଥିରେ ସୈଫ୍‌ ଅଲ୍ଲୀ ଖାନ୍‌, ଅର୍ଜୁନ କପୁର ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଡିଜ୍‌ ଅଭିନୟ କରିବେ ବୋଲି ଜଣାପଡ଼ିଛି। ନିକଟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ୟାମିଙ୍କ ଏକ ଫିଲ୍ମ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମକୁ ଭଲ ‌ରେସପନ୍ସ ମଧ୍ୟ ମିଳିଥିଲା।

 

View this post on Instagram

 

गिन्नी in the making 💄 #GINNYwedsSUNNY now streaming on @netflix_in

A post shared by Yami Gautam (@yamigautam) on

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like