ବିଗ୍ ବସ୍ରେ ବଡ଼ ଖୁଲାସା କଲେ ଅଭିନେତ୍ରୀ ରୁବିନା, କହିଲେ-ଆତ୍ମହତ୍ୟା ବିଷୟରେ ଭାବୁଥିଲି
ମୁମ୍ବାଇ: ବିଗ୍ ବସ୍ ୧୪ର ଜଣେ ଦମ୍ଦାର୍ କଣ୍ଟେଷ୍ଟାଣ୍ଟ୍ ହେଉଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲାଇକ। ଶୋ’ ଆରମ୍ଭରୁ ବିଭିନ୍ନ ଘଟଣାକୁ ନେଇ ସେ ଖୋଲାଖୋଲି ତାଙ୍କର ମତ ରଖୁଥିବା ଦେଖିବାକୁ ମିଳିଛି। ହେଲେ କିଛିଦିନ ହେବ ରାକ୍ଷୀ ସାୱନ୍ତ ଓ ରୁବିନାଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ନଜର ଆସିଛି। କଥାଟା ଏତେ ଦୂର ପହଞ୍ଚି ଯାଇଛି ଯେ, ଅଭିନବ ଶୁକ୍ଲାଙ୍କ ପତ୍ନୀ ରୁବିନା ଦିଲାଇକ ରାକ୍ଷୀଙ୍କ ଉପରେ ବାଲ୍ଟିରେ ପାଣି ଆଣି ଢାଳି ଦେଉଥିବା ନଜର ଆସିଥିଲା।
ଶୋ’ର ଫ୍ୟାମିଲି ୱିକ୍ରେ ରୁବିନାଙ୍କୁ ଭେଟିବା ପାଇଁ ଭଉଣୀ ଜ୍ୟୋତିିକା ଦିଲାଇକ୍ ପହଞ୍ଚିଥିବା ବେଳେ ତାଙ୍କ ସାମ୍ନାରେ ସଲମାନ୍ ଖାନ୍ ଶୋ’ରେ ରୁବିନା ଓ ଅଭିନବଙ୍କ କ୍ଲାସ୍ ନେଇଥିବା ଦେଖିବାକୁ ମିଳିଛି। ଏହାପରେ ରୁବିନା ନିଜର ଅତୀତ ବିଷୟରେ ସଲମାନ୍ଙ୍କ ସାମ୍ନାରେ ବଡ଼ ଖୁଲାସା କରିଛନ୍ତି।
View this post on Instagram
ଅଭିନବଙ୍କ ଉପରେ ସଲମାନ୍ ଅସନ୍ତୋଷ ପ୍ରକାଶ କରି ଅନେକ କଥା କହିବା ସହ ରାକ୍ଷୀ ଓ ରୁବିନା କିଏ ଠିକ୍ କହୁଛନ୍ତି ବୋଲି ସଲମାନ୍ ଅଭିନବଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅଭିନବ, ପତ୍ନୀ ରୁବିନା କହିଥିବା ଅନେକ କଥା ଭୁଲ୍ ବୋଲି କହିଥିଲେ। ଏହାପରେ ସଲମାନ୍ ରୁବିନାଙ୍କ ଭଉଣୀ ଜ୍ୟୋତିିକାଙ୍କୁ ପଚାରିଥିଲେ, କ’ଣ ରୁବିନା ସବୁବେଳେ ଏମିତି ଥିଲେ ? ନା ଶୋ’ରେ ତାଙ୍କୁ ଏମିତି ଭାବରେ ଦେଖିବାକୁ ମିଳିଛି।
ଉତ୍ତରରେ ଜ୍ୟୋତିିକା କହିଥିଲେ, ‘ଯଦି ଆପଣ ତାଙ୍କୁ(ରୁବିନା) ବୁଝିବାକୁ ଚେଷ୍ଟା କରିବେ ତା’ହେଲେ ସେ ଏତେ ଭୁଲ୍ ନୁହଁନ୍ତି। ଏହାକୁ ନେଇ ସଲମାନ୍ କହିଥିଲେ, ‘ଦୀର୍ଘ ଦିନ ହେବ ରୁବିନା ଭୁଲ୍ ବାଟରେ ଯାଉଛନ୍ତି।’ ସଲମାନ୍ଙ୍କ ମୁହଁରୁ ଏହା ଶୁଣିବା ପରେ ଉଭୟ ରୁବିନା ଓ ଜ୍ୟୋତିିକା କିଛି ସମୟ ପାଇଁ ଇମୋସନାଲ୍ ହୋଇଯାଇଥିଲେ। ଏହାପରେ ସଲମାନ୍ଙ୍କୁ ରୁବିନା କହିଥିଲେ, ‘୮ ବର୍ଷ ପୂର୍ବେ ମୁଁ ଏମିତି କିଛି ଥିଲି, ମୋ ବାପାମା’ଙ୍କ ସହ ମଧ୍ୟ ମୋର ସମ୍ପର୍କ ଭଲ ନଥିଲା। ମୋତେ ବହୁତ ରାଗ ଲାଗୁଥିଲା। ଆତ୍ମହତ୍ୟା ବିଷୟରେ ଭାବୁଥିଲି। ରିଲେଶନଶିପ୍ ଭାଙ୍ଗିବାର ଏହା ମଧ୍ୟ ଏକ କାରଣ’।
ଜ୍ୟୋତିିକା କହିଛନ୍ତି, ‘ରୁବିନା ବିଗ୍ ବସ୍ ହାଉସ୍କୁ ଆସିବା ପରେ ଆହୁରି ଇମୋସନାଲ୍ ହୋଇଯାଇଛନ୍ତି। ମୋତେ, ଲାଗୁଛି ତାଙ୍କୁ କେହି ଭଲ ପାଇବା ଦେଉ ନାହାନ୍ତି।
View this post on Instagram
ସେପଟେ ଶୋ’ରେ ରୁବିନାଙ୍କ କ୍ଲାସ୍ ନେଇଥିବା ସଲମାନ୍ଙ୍କୁ ପୁଣିଥରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାକୁ ପଡ଼ିଛି। ସଲମାନ୍ଙ୍କ ବ୍ୟବହାରକୁ ନେଇ ୟୁଜର୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
View this post on Instagram
ବିଗ୍ ବସ୍ ୧୪ରେ ରାକ୍ଷୀ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ଖୁଲାସା କରିବା ସହ ତାଙ୍କ ମା’ କାହିଁକି ଅସୁସ୍ଥ ଅଛନ୍ତି ସେସମ୍ପର୍କରେ କହିଥିଲେ।