ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତି କାହିଁକି ?
ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ନୁପୁର ଅଳଙ୍କାର ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ନିଜ ଗହଣା ବିକ୍ରି କରି ସେ ପେଟ ପୋଷୁଛନ୍ତି। ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’, ‘ସ୍ଵରାଗିଣୀ’ ଭଳି ବହୁ ଲୋକପ୍ରିୟ ଧାରାବାହିକରେ ନୁପୁର କାମ କରିଛନ୍ତି।
ଗତ ସେପ୍ଟେମ୍ବର ୨୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲା। ଆର୍ବିଆଇ ଏହି ବ୍ୟାଙ୍କର ନେଣଦେଣ ଉପରେ ୬ ମାସ ପାଇଁ ପ୍ରତିବନ୍ଧକ ଲଗାଇଥିଲା। ଏହାପରେ ଏବେ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ ନୂଆ ଋଣ ଜାରି କରି ପାରିବ ନାହିଁ। କେବଳ ସେତିକି ନୁହେଁ ବ୍ୟାଙ୍କର କୌଣସି ଗ୍ରାହକ ୨୫,୦୦୦ ଟଙ୍କାରୁ ଅଧିକ ଟଙ୍କା ବାହାର କରି ପାରିବେ ନାହିଁ। ନୁପୁରଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବାରୁ ସେ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ନୁପୁର କହିଛନ୍ତି , ମୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମୋର ଅନ୍ୟ ଆକାଉଣ୍ଟରେ ଟଙ୍କା ଥିଲା। ଯାହାକୁ ମୁଁ କିଛି ଦିନ ପୂର୍ବରୁ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ଟ୍ରାନ୍ସଫର କରିଥିଲି। ତେଣୁ ମୋ ପରିବାର ଏବଂ ମୋର ସମସ୍ତ ଜମାପୁଞ୍ଜି ସମ୍ପୂର୍ଣ୍ଣ ରୂପରେ ବନ୍ଦ ହୋଇଯାଇଛି। ଘରେ କିଛି ଟଙ୍କା ନାହିଁ। ତେଣୁ ମୋ ପାଖରେ ଗହଣା ବିକ୍ରି କରିବା ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ।
View this post on Instagram
ଏହା ସହ ସେ ତାଙ୍କର ଜଣେ ସଥୀ ଅଭିନେତାଙ୍କ ଠାରୁ ୩୦୦୦ ଟଙ୍କା ଧାର ଆଣିବା କଥା ମଧ୍ୟ କହିଛନ୍ତି। ଏପର୍ଯ୍ୟନ୍ତ ସେ ତାଙ୍କର ସାଥୀମାନଙ୍କ ଠାରୁ ୫୦,୦୦୦ ଟଙ୍କା ଋଣ ନେଇ ସାରିଲେଣି।