ବ୍ଲଡ୍‌ କ୍ୟାନସର୍‌ରେ ପୀଡ଼ିତ ଅଭିନେତ୍ରୀ କିରଣ ଖେର୍‌

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍‌ ଅଭିନେତ୍ରୀ କିରଣ ଖେର୍‌ ବ୍ଲଡ୍‌ କ୍ୟାନସର୍‌ରେ ପୀଡ଼ିତ ହୋଇଛନ୍ତି। ଏନେଇ କିରଣ ଖେର୍‌ଙ୍କ ସ୍ୱାମୀ ଅନୁପମ ଖେର୍‌ ସୂଚନା ଦେଇଛନ୍ତି। ଏବେ ସେ ଚିକିତ୍ସିତ ହେଉଛନ୍ତି। ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଅନୁପମ ସୂଚନା ଦେଇଛନ୍ତି।

କିରଣଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୋସିଆଲ୍‌ ମିଡିଆରେ ବୟାନ ଜାରି କରି ଅନୁପମ ଖେର୍‌ କହିଛନ୍ତି, ‘ଗୁଜବ ଖବର ଶୁଣି ଲୋକମାନେ ଯେଭଳି ଭାବରେ ବ୍ୟତିବ୍ୟସ୍ତ ନହୁଅନ୍ତି, ସେଥିପାଇଁ ମୁଁ ଓ ସିକନ୍ଦର(ଅନୁପଙ୍କ ପୁଅ) ସମସ୍ତଙ୍କୁ କହିବାକୁ ଚାହୁଁଛୁ ଯେ, କିରଣ ମଲ୍ଟିପଲ୍‌ myelomaରେ ପୀଡ଼ିତ ଥିବା ଜଣାପଡ଼ିଛି। ଯାହାକି ଏକ ପ୍ରକାର ବ୍ଲଡ୍‌ କ୍ୟାନସର୍‌। ଏବେ ସେ ଚିକିତ୍ସିତ ହେଉଛନ୍ତି। ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯିବେ।’

୨୦୧୪ରେ କିରଣ ଖେର୍‌ ରାଜନୀତିକୁ ପ୍ରବେଶ କରିଥିଲେ ଓ ବିଜେପିରେ ଯୋଗ ଦେଇଥିଲେ। ଶେଷଥର ପାଇଁ ତାଙ୍କୁ ଟିଭି ରିଅଲିଟି ଶୋ’ ‘India’s Got Talent’ ରେ ଦେଖିବାକୁ ମିଳିଥିଲା।ବଲିଉଡ୍‌ ଫିଲ୍ମ ଓମ୍ ଶାନ୍ତି ଓମ୍, ମେଁ ହୁଁ ନା, ହମ୍‌ ତୁମ୍ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କିରଣ।

You might also like