ପର୍ଣ୍ଣ ଭିଡିଓ ଅପ୍ଲୋଡ୍ କରିବା ଅଭିଯୋଗରେ ଗିରଫ ହେଲେ ଅଭିନେତ୍ରୀ
ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ୍ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିନେତ୍ରୀ ତଥା ମଡେଲ୍ ଗହନା ବରିଷ୍ଠ(Gehana Vasisth)ଙ୍କୁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚର ପ୍ରପୋର୍ଟି ସେଲ୍ ଗିରଫ କରିଛି। ନିଜ ୱେବ୍ସାଇଟ୍ରେ ପର୍ଣ୍ଣ ଭିଡିଓ ଶୁଟ୍ ଓ ଏହାକୁ ଅପ୍ଲୋଡ୍ କରିବା ଅଭିଯୋଗରେ ଗହନାଙ୍କୁ ଗିରଫ କରାଯାଇଛି। ଗତକାଲି ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।
ଅନ୍ୟ ମଡେଲ୍, ଅଭିନେତ୍ରୀ ଓ ଅନ୍ୟ ପ୍ରଡକ୍ସନ ହାଉସ୍ର ଏହି ଘଟଣାରେ ସମ୍ପୃକ୍ତ ଅଛି କି ନାହିଁ, ସେନେଇ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି। ଏମାନେ ଶୁଟ୍ ହୋଇଥିବା adult ଫିଲ୍ମକୁ ଏଡିଟିଂ କରି ମୋବାଇଲ୍ ଆପ୍ ଓ ୱେବ୍ସାଇଟ୍ରେ ଅପଲୋଡ୍ କରୁଥିବା ଅଭିଯୋଗ ହୋଇଛି।
View this post on Instagram
ଅନ୍ୟପକ୍ଷରେ, ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରି ଦେଇଛି। ‘ମିସ୍ ଏସିଆ ବିକ୍ନି’ର ମୁକୁଟ ଜିତିଥିବା ଗହନା ବିଜ୍ଞାପନ, ହିନ୍ଦୀ ଓ ତେଲୁଗୁ ସିନେମାରେ ଅଭିନୟ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗହନାଙ୍କ ନିଜର ଏକ ପ୍ରଡକ୍ସନ ହାଉସ୍ ଥିଲା। ଯେଉଁଠି ୱେବ୍ ସିରିଜ ଏବଂ ସିରିୟଲ ନାଁରେ ପର୍ଣ୍ଣୋଗ୍ରାଫିକ୍ ଭିଡିଓ ପ୍ରସ୍ତୁତ କରାଯାଇ ଏହାକୁ ଅପଲୋଡ୍ କରାଯାଉଥିଲା। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗହନାଙ୍କୁ ମିଶାଇ ମୋଟ୍ ୬ଜଣଙ୍କୁ ଗିରଫ କରାଯାଇଛି।
Actress Gehana Vasisth has been arrested by Property Cell of the Crime Branch for her alleged role in shooting and uploading porn videos on a website. She will be produced before a court in Mumbai today: Mumbai Police
— ANI (@ANI) February 7, 2021
ଜାତୀୟ ଗଣମାଧ୍ୟମ TOIର ସୂଚନା ଅନୁସାରେ, ଗହନା ୮୭ଟି ଆପତ୍ତିଜନକ ଓ ଅଶ୍ଲୀଳ ଭିଡିଓ ଶୁଟ୍ କରି ଏହାକୁ ନିଜ ୱେବ୍ସାଇଟ୍ରେ ଅପଲୋଡ୍ କରିଛନ୍ତି। ଏହି ୱେବ୍ସାଇଟ୍ରୁ କଣ୍ଟେଣ୍ଟ୍ ନେବା ଲାଗି ପ୍ରଥମେ ସବ୍ସ୍କ୍ରିପ୍ସନ୍ କରିବାକୁ ପଡ଼ିଥାଏ। ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଲୋକମାନେ ସବ୍ସ୍କ୍ରିପ୍ସନ୍ କରିଛନ୍ତି ସେମାନେ ୨,୦୦୦ ଟଙ୍କା ଦେଇଛନ୍ତି। ଏଭଳି ଭାବରେ ଗହନା ଓ ତାଙ୍କ ଟିମ୍ ଟଙ୍କା ରୋଜଗାର କରୁଥିଲେ ବୋଲି ଜଣାପଡ଼ିଛି।
ଏହି ୱେବ୍ସାଇଟ୍ ବିରୋଧରେ ୩ ଜଣ ଅଭିଯୋଗ କରିଥିଲେ। ପର୍ଣ୍ଣ ଫିଲ୍ମରେ କାମ କରିବା ଲାଗି ସେମାନଙ୍କୁ ବାଧ୍ୟ କରାଯାଉଥିଲା ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।
View this post on Instagram