ଦ୍ୱିତୀୟ ବିବାହ କରିବେ ଅଭିନେତ୍ରୀ ଦୀୟା ମିର୍ଜା !
ମୁମ୍ବାଇ: କିଛିଦିନ ତଳେ ବଲିଉଡ୍ ଅଭିନେତା ବରୁଣ ଧୱନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏବେ ଆଉ ଜଣେ ବଲିଉଡ୍ ସେଲିବ୍ରେଟି ବିବାହ କରିବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀୟା ମିର୍ଜା ଆସନ୍ତାକାଲି ଦ୍ୱିତୀୟ ବିବାହ କରିବେ ବୋଲି ବୋଲି ଶୁଣିବାକୁ ମିଳିଛି। ବିଜ୍ନେସ୍ ମ୍ୟାନ୍ ବୈଭବ ରେଖିଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି।
SpotboyE.comର ରିପୋର୍ଟ ଅନୁସାରେ, ଫେବୃଆରୀ ୧୫ ଅର୍ଥାତ୍ ଆସନ୍ତାକାଲି ଦୀୟା ମୁମ୍ବାଇରେ ବୈଭବଙ୍କୁ ବିବାହ କରିବେ। ବିବାହ ଉତ୍ସବରେ କେବଳ ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ମୁମ୍ବାଇର ବିଜ୍ନେସ୍ ମ୍ୟାନ୍ ବୈଭବ ବାନ୍ଦ୍ରାର ପାଲି ହିଲ୍ ଅଞ୍ଚଳରେ ରୁହନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଦୀୟାଙ୍କ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।
View this post on Instagram
ଦୀୟା ପୂର୍ବରୁ ସାହିଲ୍ ସଂଘାଙ୍କୁ ୨୦୧୪ ଅକ୍ଟୋବରରେ ବିବାହ କରିଥିଲେ। ଉଭୟ ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ସୋସିଆଲ୍ ମିଡିଆରେ ଅଲଗା ହେବାନେଇ ଘୋଷଣା କରିଥିଲେ।
ଦୀୟା ଫିଲ୍ମ “Rehnaa Hai Terre Dil Mein”, “Tehzeeb”, “Koi Mere Dil Mein Hai”, “Lage Raho Munna Bhai” ’ ଓ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ରେ ଅଭିନୟ କରିଛନ୍ତି। ଶେଷଥର ପାଇଁ ସେ ଅନୁଭବ ସିହ୍ନାଙ୍କ ଫିଲ୍ମ “Thappad” ରେ ନଜର ଆସିଥିଲେ।
View this post on Instagram
View this post on Instagram
ଜାନୁଆରୀ ୨୪ରେ ପିଲାବେଳର ସାଥି ନତାସା ଦଲାଲଙ୍କ ହାତ ଧରିଥିଲେ ବଲିଉଡ୍ ଅଭିନେତା ବରୁଣ ଧୱନ। ମୁମ୍ବାଇର ଅଲିବାଗ୍ ସ୍ଥିତ The Mansion House ରେ ଗତକାଲି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।