ଆପାର୍ଟମେଣ୍ଟରୁ ମିଳିଲା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ମୃତଦେହ
କୋଲକାତା: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘ଡର୍ଟି ପିକ୍ଚର’ରେ ଅଭିନୟ କରିଥିବା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କର ମୃତଦେହ ଆପାର୍ଟମେଣ୍ଟରୁ ମିଳିଛି।
ଦକ୍ଷିଣ କୋଲକାତାରେ ଥିବା ଆପାର୍ଟମେଣ୍ଟରୁ ଗତକାଲି ଆର୍ଯ୍ୟାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆପାର୍ଟମେଣ୍ଟର ତୃତୀୟ ମହଲାର କବାଟ ଭାଙ୍ଗି ୩୩ ବର୍ଷୀୟା ଆର୍ଯ୍ୟାଙ୍କ ମୃତଦେହ ପୋଲିସ୍ ବେଡ୍ରୁମ୍ ଭିତରୁ ଉଦ୍ଧାର କରିଥିଲା।
ସୂଚନା ଅନୁସାରେ, ଆର୍ଯ୍ୟାଙ୍କ ଘରେ କାମ କରୁଥିବା ଘରୋଇ ସହାୟିକା ସବୁଦିନ ପରେ ଗତକାଲି ମଧ୍ୟ ସକାଳେ କାମ କରିବା ପାଇଁ ଆସିଥିଲେ। ତେବେ ବାରମ୍ବାର କଲିଂ ବେଲ୍ ମାରିବା ସତ୍ତ୍ୱେ ସେ କବାଟ ଖୋଲି ନଥିଲେ। ଏପରିକି ସେ ଆର୍ଯ୍ୟାଙ୍କୁ ଫୋନ୍ ମଧ୍ୟ କରିଥିଲେ। ହେଲେ କୌଣସି ଉତ୍ତର ମିଳିନଥିଲା। ଫଳରେ ସେ ଏସମ୍ପର୍କରେ ପଡ଼ୋଶୀଙ୍କୁ ଜଣାଇଥିଲେ। ଏହାପରେ ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଆର୍ଯ୍ୟା ଏକାକୀ ରହୁଥିଲେ ବୋଲି ସୂଚନା ମିଳିଛି।
ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠା ଯାଇଥିବା ବେଳେ ଆର୍ଯ୍ୟାଙ୍କ ମୃତଦେହ ମିଳିଥିବା ଘରୁ ଫୋରେନସିକ୍ ଟିମ୍ ସାମ୍ପଲ୍ ସଂଗ୍ରହ କରିଛି।
‘ଲଭ୍ ସେକ୍ସ ଓ ଧୋକ୍କା’(୨୦୧୦) ‘ଡର୍ଟି ପିକ୍ଚର’(୨୦୧୧) ଫିଲ୍ମ ସମେତ ଅନେକ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ ଆର୍ଯ୍ୟା। ସେ ମୁମ୍ବାଇରେ ମଡେଲିଂ ମଧ୍ୟ କରିଥିଲେ।