ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଧୀରେ ଧୀରେ ଦେଶରେ ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଉଛି। କରୋନା କବଜାରୁ ମୁକୁଳି ପାରୁ ନାହାନ୍ତି ରାଜନେତା, ଅଭିନେତା।

ଏବେ ଜଣେ ଟେଲି ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି  ଅଦୀତି ଗୁପ୍ତା । ତାଙ୍କର ରିପୋର୍ଟ ପଜିଟିଭ ଆସିଛି।  ଅଦୀତି ଟେଲିଭିଜନର ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଶେଷ କରି ଷ୍ଟାରପ୍ଲସ୍‌ର ଲୋକପ୍ରିୟ ଶୋ ‘ଇଶ୍କବାଜ୍‌’ରେ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ଥିଲେ ।Additi Gupta (Actress) Age, Husband, Family, Biography & More ...

ଅଦୀତି ଗୁପ୍ତା ଏକ ସାକ୍ଷାତକାରରେ କହିଛନ୍ତି,  ମୁଁ କରୋନା ସଂକ୍ରମିତ ବୋଲି ଜାଣିବା ପରେ କ୍ୱାରେଣ୍ଟିନ୍‌ରେ ରହିଛି। ପ୍ରଥମେ ମୁଁ କୌଣସି ଗନ୍ଧ ଜାଣି ପାରୁନଥିଲି। ତା’ପରେ କରୋନା ଟେଷ୍ଟ କରାଇଥିଲି। ରିପୋର୍ଟ ପଜିଟିଭ ଆସିଛି। କରୋନାର କୌଣସି ଲକ୍ଷଣ ନଥିଲା, ତଥାପି ମୁଁ ଏହି ରୋଗରେ ଆକ୍ରାନ୍ତ ହେଲି। ପରେ ମୁଁ  ୭ ରୁ ୮ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲି।umerfarooq on Twitter: "@DeshianMir I want harshad chopda and ...

ଅଦୀତି ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ ‘ମୋର ସ୍ୱାମୀ, ପରିବାର ଓ ବନ୍ଧୁମାନେ ମୋତେ ସମର୍ଥନ କରୁଛନ୍ତି’। ସେମାନେ କ୍ରମାଗତ ଭାବରେ ମୋ ଉପରେ ନଜର ରଖିଛନ୍ତି।  ଆହୁରି ୧୦ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବି। ମୁଁ ଠିକ୍‌ ଭାବେ ମୋର ଯତ୍ନ ନେଉଛି। ମେଡିସନ୍ ମଧ୍ୟ ଠିକ୍‌ ସମୟରେ ଖାଉଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ କରୋନାକୁ ଡରନ୍ତୁ ନାହଁ। ମୋର ଭଲ ଦିନ ଫେରି ଆସୁଛି।

ଆହୁରି ପଢ଼ନ୍ତୁ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

You might also like