ସୁଶାନ୍ତ ସିଂହଙ୍କ ସହ ଅଭିନୟ କରିଥିବା ବଲିଉଡ ଅଭିନେତା ସନ୍ଦୀପ ନାହାରଙ୍କ ଆତ୍ମହତ୍ୟା

ମୁମ୍ୱାଇ: ଏମଏସ ଧୋନି, କେସରୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ କଳାକାର ସନ୍ଦୀପ ନାହାର ସୋମବାର ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇ ଗୋରୋଗାଁଓ ସ୍ଥିତ ବାସଭବନରୁ ସନ୍ଦୀପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ଆକାଉଣ୍ଟରେ ୯ ମିନିଟ୍‌ର ଏକ ଭିଡିଓ ପୋଷ୍ଟ କରି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ପୁଲିସ ଏବେ ଏହି ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି।

ମୃତ୍ୟୁ ପୂର୍ବରୁ ସେଏକ ସୁଇସାଡଡ଼ାଲ ନୋଟ ମଧ୍ୟ ଛାଡ଼ି ଯାଇଛନ୍ତି। ଏଥିରେ ସେ ଲେଖିଛନ୍ତି,  ସେ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି। ସେ ତାଙ୍କ ସ୍ତ୍ରୀ ଓ ଶାଶୂଙ୍କ ପାଇଁ ମାନସିକ ଚାପରେ ଥିଲେ ବୋଲି କହିଛନ୍ତି। ହେଲେ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରି ନାହାନ୍ତି। ତାଙ୍କ ସ୍ତ୍ରୀ କାଞ୍ଚନ ଶର୍ମା ରାଗି ପ୍ରକୃତିର। ହେଲେ ତାଙ୍କ ଚରିତ୍ର ଓଲଟା। ଏହି କାରଣ ପାଇଁ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ସନ୍ଦୀପ ତାଙ୍କ ଫେସବୁକ ଭିଡିଓରେ କହିଛନ୍ତି।

ପୋଲିସର କହିବା ଅନୁଯାୟୀ, ସନ୍ଦୀପ ନିଜ ଫେସବୁକ୍‌ରେ ସେୟାର କରିଥିବା ସୁଇସାଇଡ ନୋଟରେ ପତ୍ନୀଙ୍କୁ ନିନ୍ଦା କରିବା ସହ ସେ ସାମ୍ନା କରିଥିବା ବଲିଉଡ୍‌ ପଲିଟିକ୍ସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ସନ୍ଦୀପ ଅକ୍ଷୟ କୁମାରଙ୍କ ସହ କେସରୀ ଏବଂ ସୁଶାନ୍ତି ସିଂ ରାଜପୁତ୍‌ଙ୍କ ସହ ଏମଏସ ଧୋନିରେ ଅଭିନୟ କରିଛନ୍ତି। ସନ୍ଦୀପଙ୍କୁ ଅଚେତ ଅବସ୍ଥାରେ ପତ୍ନୀ କାଞ୍ଚନ ଏବଂ ବନ୍ଧୁମାନେ ଏସ୍‌ଭିଆର ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହୀନ୍ଦିର ଏଇ ଭିଡିଓରେ ସେ କହିଛନ୍ତି, ବହୁ ପୂର୍ବରୁ ଆତ୍ମହତ୍ୟା କରି ସାରିଥାନ୍ତି। କିନ୍ତୁ ମୁଁ ନିଜକୁ ଆଉ କିଛି ସମୟ ଦେବାକୁ ଚାହିଁଲି ଏବଂ ଆଶା କରୁଥିଲି, ସବୁକିଛି ଠିକ ହୋଇଯିବ। କିନ୍ତୁ ସେମିତି କିଛି ହେଲାନି। ବର୍ତ୍ତମାନ ଆଉ କେଉଁଠିକୁ ଯିବାର ନାହିଁ। ଏମିତି ଏକ ପଦକ୍ଷେପ ନେବା ପରେ ମୋ ପାଇଁ ଆଉ କ’ଣ ଅପେକ୍ଷା କରିଛି ମୁଁ ଜାଣେନି। କିନ୍ତୁ ଏଇ ଜୀବନରେ ମୁଁ ଏକ ନର୍କ ଭିତରେ ବଞ୍ଚିଛି।’

ତେବେ ସେ ଏକଥା ମଧ୍ୟ କହିଛନ୍ତି, ‘ମୋର ଗୋଟିଏ ଅନୁରୋଧ, ମୁଁ ଯିବା ପରେ ଦୟାକରି କାଞ୍ଚନ ( ସନ୍ଦୀପଙ୍କ ପତ୍ନୀ)ଙ୍କୁ କିଛି କହିବ ନାହିଁ।’

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବୋଧହୁଏ ମୃତ୍ୟୁର ୩ ଘଣ୍ଟା ପୂର୍ବରୁ ସନ୍ଦୀପ ଏହି ଭିଡିଓ ପୋଷ୍ଟ କରିଥିଲେ। ମୃତ୍ୟୁର କାରଣ ଖୋଜିବା ପାଇଁ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।

You might also like