ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ:ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଅଭିନେତା ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ଏକ ପ୍ରେସମିଟରେ ଘୋଷଣା କରିଛନ୍ତି ।  ଆସନ୍ତା ୩ରେ ରଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ଭାରତୀୟ ସିନେ ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର। କରୋନା ମହାମାରୀ ଯୋଗୁଁ ଚଳିତ ଥର ସମସ୍ତ ପୁରସ୍କାର ଘୋଷଣା ବିଳମ୍ବରେ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏପର୍ଯ୍ୟନ୍ତ ୫୦ ଜଣ ତାରକାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆଉ ଏବେ ସୁପରଷ୍ଟାର ରଜନୀକାନ୍ତଙ୍କୁ ୫୧ ତମ ପୁରସ୍କାର ପ୍ରଦାନ କରାଯିବ ।  ଏହି ସମ୍ମାନଜନକ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଚୟନ କରାଯାଇଥିବାରୁ ଦେଶବାସୀ ଖୁସି ହେବେ ନିଶ୍ଚୟ।

୫ ଜଣିଆ ଜୁରି କମିଟି ରଜନୀକାନ୍ତଙ୍କ ନାଁକୁ ସୁପାରିସ କରିଥିଲେ । ଗତ ୫୦ ବର୍ଷ ଧରି ରଜନୀକାନ୍ତ ଚଳଚ୍ଚିତ୍ର ଜଗତ ସହ ଯୋଡି ହୋଇଛନ୍ତି ।  ୧୨ ଡିସେମ୍ବର ୧୯୫୦ରେ ବେଙ୍ଗାଲୁରୁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ରଜନୀକାନ୍ତ କେବଳ ଟଲିଉଡରେ ନୁହେଁ ବରଂ ବଲିଉଡରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ।

ନିଜର ପ୍ରତିଭା, ନିଷ୍ଠା ଓ ଉଦ୍ୟମ ଦ୍ୱାରା ରଜନୀକାନ୍ତ ଦର୍ଶକମାନଙ୍କ ମନରେ ସେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ରଜନୀକାନ୍ତ ଅନେକ ତାମିଲ, ହିନ୍ଦୀ ଓ ତେଲଗୁ ଫିଲ୍ମରେ ଅଭିନୟ କରିଛନ୍ତି  । ଦକ୍ଷିଣରେ ରଜନୀକାନ୍ତଙ୍କୁ ଥଲାଇଭା ଏବଂ ଭଗବାନ୍ କୁହାଯାଏ । ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକୱାଡ । କନ୍ନଡ଼ ନାଟକରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

୧୯୭୫ ମସିହାରେ ଅପୂର୍ବା ରାଗଙ୍ଗଲ ଫିଲ୍ମରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ।  ‘ଅନ୍ଧା କାନୁନ୍‌’, ଗିରଫତାର୍, ଦୋସ୍ତି ଦୁସ୍ମନୀ’, ଆଦି ହିନ୍ଦୀ ସିନମାରେ ସେ ଚମତ୍କାର ଅଭିନୟ କରିଛନ୍ତି।

You might also like