ବଲିଉଡ୍‌ ଅଭିନେତା ମହେଶ ଆନନ୍ଦଙ୍କ ଗଳିତ ଶବ ଉଦ୍ଧାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ମହେଶ ଆନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ। ଏକାଧିକ ବଲିଉଡ୍‌ ଫିଲ୍ମରେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିଥିବା ମହେଶଙ୍କ ମୃତଦେହକୁ ଶନିବାର ଦିନ ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍‌ କହିନଥିବା ବେଳେ କୌଣସି ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିନାହିଁ।

୫୭ ବର୍ଷୀୟ ଏହି ଅଭିନେତାଙ୍କ ମୃତଦେହ ଅନ୍ଧେରୀ ୱେଷ୍ଟର ୟାରି ରୋଡ୍‌ ସ୍ଥିତ ବାସଭବନରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୁଲିସ୍‌ କହିଛି। ମହେଶଙ୍କୁ ଶେଷଥର ପାଇଁ ଗୋବିନ୍ଦାଙ୍କ ‘ରଙ୍ଗୀଲା ରାଜା’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଗତମାସରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା।

ମହେଶ ମଦ୍ୟପାନ କରୁଥିଲେ ଓ ସ୍ତ୍ରୀ ମସ୍କୋରେ ରହୁଥିବାରୁ ସେ ଏକାକୀ ରହୁଥିଲେ ବୋଲି ପୁଲିସ୍‌ କହିଛି।

ସେପଟେ ତାଙ୍କର ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

‘Shahenshah’, ‘Coolie No. 1’, ‘Swarg’, ‘Kurukshetra’ and ‘Vijeta’ ଭଳି ଅନେକ ବଲିଉଡ୍‌ ହିଟ୍‌ ଫିଲ୍ମରେ ମହେଶ ଆନନ୍ଦ ଅଭିନୟ କରିଥିଲେ। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଗୋବିନ୍ଦା ଓ ସଞ୍ଜୟ ଦତ୍ତଙ୍କ ସହ ମହେଶ ସ୍କ୍ରିନ୍‌ ସ୍ପେସ୍‌ ମଧ୍ୟ ଶେଆର୍‌ କରିଥିଲେ।

ଆହୁରି ପଢ଼ନ୍ତୁ

ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ରାନୁଙ୍କ ଗୀତ

ଦିନେ ଅମିତାଭ ବଚ୍ଚନଙ୍କ ଫିଲ୍ମ ପାଇଁ ସୁପ୍ରିମକୋର୍ଟରେ କେଶ୍ ଲଢ଼ିଥିଲେ ଅରୁଣ ଜେଟ୍‌ଲୀ

ପ୍ରିୟଙ୍କାଙ୍କ ପରେ ପାକିସ୍ତାନର ନଜର ଏବେ ଶାହରୁଖଙ୍କ ଉପରେ

୨ ମିନିଟ୍‌ର ଏହି ଗୀତ ପାଇଁ ୨ କୋଟି ନେଲେ ଜ୍ୟାକଲିନ୍‌

ରାନୁଙ୍କୁ ମିଳିଲା ବଲିଉଡରେ ଏଣ୍ଟ୍ରି

ଇଣ୍ଟେଲିଜେନ୍ସ ଏଜେନ୍ସିରେ କାମ କରିବେ ଶାହରୁଖ !

କାନ୍ଦିଲେ ରାକ୍ଷୀ ! ଭାଙ୍ଗିଗଲା କି ବାହାଘର ?

ମିକାଙ୍କ ପରେ ଏବେ ସଲମାନ୍‌ ବି ହୋଇପାରନ୍ତି ବ୍ୟାନ୍‌

‘ମିଷ୍ଟର କହ୍ନେୟା’ ଫିଲ୍ମର ପ୍ରଯୋଜକଙ୍କୁ ନୋଟିସ୍

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି

ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ…

୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

You might also like