ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ମୁମ୍ବାଇ: ଯାହାଙ୍କର ଅଭିନୟ ଦିନେ ନିଶା ଆଉ ପେଶା ଥିଲା, ଏବେ ରାସ୍ତା କଡ଼ରେ ତାଙ୍କୁ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ବଲିଉଡ୍‌ ଅଭିନେତା ଜାଭେଦ୍ ହାଇଦର୍‌ ରାସ୍ତା କଡ଼ରେ ପରିବା ବିକ୍ରି କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓକୁ ବଲିଉଡ୍‌ ଅଭିନେତ୍ରୀ ଡଲି ବିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟ୍‌ରେ ଶେଆର୍‌ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ପରିବା ବିକ୍ରି କରୁଥିବା ସମୟରେ ହାଇଦର୍‌ ଏକ ଟିକ୍‌ଟକ୍‌ ଭିଡିଓ କରୁଛନ୍ତି।  ’Duniya Mein Rehna Hai’ ଗୀତରେ ସେ ଏହି ଭିଡିଓଟି କରିଛନ୍ତି।

ଦେଖନ୍ତୁ ଜାଭେଦ୍‌ଙ୍କ ଏହି ଅରିଜିନାଲ୍‌ ଭିଡିଓ….

ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ହାଇଦର୍ ଏକ ଟମାଟୋ ପ୍ୟାକେଟ୍‌କୁ ଜଣେ ଗ୍ରାହକଙ୍କୁ ଦେଉଛନ୍ତି।

ଯାହାଙ୍କର ଅଭିନୟ ଦିନେ ନିଶା ଆଉ ପେଶା ଥିଲା, ଏବେ ଲକ୍‌ଡାଉନ୍ ସତେ ଯେମିତି ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି। ହେଲେ ଅଭିନୟ ତାଙ୍କ ଜୀବନର ଏକ ଅମୂଲ୍ୟ ଅଙ୍ଗ ଭାବେ ରହି ଯାଇଛି। ସେଇଥିପାଇଁ ତ, ପରିବା ବିକ୍ରି କରିବା ବେଳେ ବି କିଛି ଅଭିନୟ କରି ନେଉଛନ୍ତି ଜାଭେଦ୍। ଭିଡିଓଟି ଭାଇରାଲ୍‌ ହେବାପରେ ହାଇଦର୍‌ଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ଆରମ୍ଭ ହୋଇଛି।

@javedhydersayyed2##viralvideo ##tiktok ##javedhyder♬ original sound – avivinay

ଜାଭେଦ୍ ଆମିର୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଗୁଲାମ୍‌’ରେ ନଜର ଆସିଥିଲେ। ଏହାସହ ସେ ଅନେକ ଛୋଟ, ବଡ଼ ଫିଲ୍ମ ଓ ଟିଭି ସିରିୟଲ୍‌ରେ ମଧ୍ୟ ଅଭିନୟ କରିଛନ୍ତି।

You might also like