ନେହାଙ୍କୁ ଭୁଲ୍‌ ମାଗୁଥିବା ଭାଇରାଲ୍‌ ଭିଡିଓକୁ ନେଇ ମୁହଁ ଖୋଲିଲେ ଏକ୍ସ ବୟଫ୍ରେଣ୍ଡ୍

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ନିକଟରେ ରାଇଜିଙ୍ଗ୍‌ ଷ୍ଟାର ଫେମ୍‌ ରୋହନ‌ପ୍ରୀତ୍‌ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବିବାହ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର କରୁଥିବା ନଜର ଆସିଛି। ନେହାଙ୍କୁ ନେଇ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ହିମାଂଶ କୋହଲି ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି।

କଥାଟା ହେଲା, ହିମାଂଶ ନେହାଙ୍କୁ ଭୁଲ୍‌ ମାଗୁଥିବାର ଏକ ଫେକ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ହିମାଂଶ ନେହାକୁ ଭୁଲ୍‌ ମାଗୁଥିବାର ନଜର ଆସିଛି। ଯାହାକୁ ନେଇ ହିମାଂଶଙ୍କ ରାଗ ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ପୋଷ୍ଟ ଶେଆର କରି ଏଭଳି ଫେକ୍‌ ଭିଡିଓ କରୁଥିବା ଲୋକଙ୍କୁ ସେ ଭତ୍ସନା କରିଛନ୍ତି।

ପୋଷ୍ଟ ଶେଆର କରି ହିମାଂଶ ଲେଖିଛନ୍ତି, ମୁଁ ଚିନ୍ତିତ ଯେ, ପୋଷ୍ଟ ହେଉଥିବା ଏଭଳି ବିଭ୍ରାନ୍ତକାରୀ କଣ୍ଟେଣ୍ଟ୍‌ ସୋସିଆଲ୍‌ ମିଡିଆରେ କେବେ ବ୍ୟାନ୍‌ ହେବ ? କେଉଁମାନଙ୍କୁ ଏହି ବେକାର ଜିନିଷରେ ଫାଇଦା ମିଳୁଛି ? ସବୁଠାରୁ ଦୁଃଖର ବିଷୟ ହେଉଛି ଯେ, ଲୋକମାନେ ମଧ୍ୟ ନଜାଣି ଏହାକୁ ଶେଆର କରୁଛନ୍ତି। ଦୟାକରି ଜାଗ୍ରତ ହୁଅ ଏବଂ ଏହି ନକଲି ଓ ଘୃଣା ସୃଷ୍ଟି କରୁଥିବା ପୋଷ୍ଟ ଗୁଡ଼ିକୁ ଶେଆର କରିବା ବନ୍ଦ କର।’

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ହିମାଂଶ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ନେହା କକ୍କର ଏବଂ ବଲିଉଡ୍‌ ଅଭିନେତା ହିମାଂଶ କୋହଲି ପରସ୍ପରକୁ ଡେଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା।‌ ଏକଥା ନେହା ଏବଂ ହିମାଂଶ ଉଭୟ ସର୍ବସମ୍ମୁଖରେ ସ୍ୱୀକାର ମଧ୍ୟ କରିଥିଲେ। କିନ୍ତୁ କିଛି ଦିନ ପରେ ପୁଣି ଖବର ଆସିଥିଲା ଯେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ହିମାଂଶଙ୍କ ସହ ସମ୍ପର୍କ ଚ୍ଛିନ୍ନ ହେବାର କିଛି ଦିନ ପର୍ଯ୍ୟନ୍ତ ନେହା ବେଶ୍‌ ଦୁଃଖରେ ଥିଲେ। ଏପରିକି ବିଭିନ୍ନ ଶୋ’ରେ ନେହାଙ୍କୁ କାନ୍ଦିବାର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ କିଛି ଦିନର ବ୍ୟବଧାନରେ ନେହା ଓ ରୋହନଙ୍କ ରିଲେସନ୍‌ସିପ୍‌ ସାମ୍ନାକୁ ଆସିଥିଲା।

ପଢ଼ନ୍ତୁ: ‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

You might also like