ଦୀର୍ଘ ସମୟ ଜେରା ପରେ ଗିରଫ ହେଲେ ଅଭିନେତା ଏଜାଜ୍

ମୁମ୍ବାଇ: ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତା ଏଜାଜ୍ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି। ଦୀର୍ଘ ସମୟ ଧରି ଏଜାଜ୍‌ଙ୍କୁ ପଚରାଉଚରା ପରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଡ୍ରଗ୍ ପେଡଲର୍‌ ଶାଦାବ ବଟାଟାଙ୍କୁ ଗିରଫ ପରେ ଏଜାଜ୍ ଖାନଙ୍କ ନାଁ ସାମ୍ନାକୁ ଆସିଥିବା ଜଣାପଡ଼ିଛି।

ଗତକାଲି ରାଜସ୍ଥାନରୁ ଆସି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ଏନ୍‌ସିବି ଟିମ୍‌ ଏଜାଜ୍‌ଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲେ। ଏହାପରେ ଏଜାଜ୍‌ଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସର୍ଚ୍ଚ କରାଯାଇଥିଲା। ଏହି ସମୟରେ ଏଜାଜ୍‌ଙ୍କ ଘରୁ ପ୍ରତିବନ୍ଧିତ‌ ହୋଇଥିବା ଡ୍ରଗ୍ସ ମିଳିଥିଲା। ଶାଦାବ ଫାରୁକ୍‌ ଶେଖ୍‌ ଓରଫ ଶାଦାବ ବଟାଟାର ସିଣ୍ଡିକେଟ୍‌ ସହ ଏଜାଜ୍‌ଙ୍କ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ଗତ ସପ୍ତାହରେ ଶାଦାବଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ବ୍ୟାନ୍‌ ହୋଇଥିବା ୨ କିଲୋରୁ ଅଧିକ ଡ୍ରଗ୍ ଜବତ କରାଯାଇଥିଲା।

ଏଜାଜ୍‌ ଓ ମୁମ୍ବାଇର ସବୁଠାରୁ ବଡ଼ ଡ୍ରଗ୍ସ ସିଣ୍ଡିକେଟ୍‌ ଅର୍ଥାତ୍‌ ବଟାଟା ଗ୍ୟାଙ୍ଗ୍‌ ମଧ୍ୟରେ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ଗତକାଲି ଏୟାରପୋର୍ଟରୁ ଏଜାଜ୍‌ଙ୍କୁ NCB ଟିମ୍‌ ଧରିବା ପରେ ମୁମ୍ବାଇର ଅନ୍ଧେରୀ ଓ ଲୋଖେଣ୍ଡୱାଲା ଅଞ୍ଚଳରେ ରେଡ୍‌ କରିଥିଲେ।

ସୂଚନା ଅନୁସାରେ, ଏହାପୂର୍ବରୁ ୨୦୧୮ରେ ଏଜାଜ୍ ଖାନଙ୍କୁ ପ୍ରତିବନ୍ଧିତ ଡ୍ରଗ୍ସକୁ ନେଇ ଗିରଫ କରାଯାଇଥିଲା। ସେହି ସମୟରେ ସେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ।

You might also like