ଅଭିନେତା ଆମୀର ଖାନ୍ କରୋନା ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମୀର ଖାନ୍ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଆମୀରଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ଏବେ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଏକ ବିବୃତ୍ତିରେ ଆମୀରଙ୍କ ପ୍ରବକ୍ତା କହିଛନ୍ତି, ‘ଆମୀର ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନାର ସବୁ ନିୟମ ପାଳନ କରି ସେ ଘରେ ସେଲ୍‌ଫ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଆସିଥିଲେ ସେମାନଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ଆମୀରଙ୍କ ପ୍ରବକ୍ତା ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ଫିଲ୍ମ “Laal Singh Chaddha” ରେ ନଜର ଆସିବେ ଆମୀର। ଏହି ଫିଲ୍ମରେ କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି।

You might also like