କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ। ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିଷେକ ବଚ୍ଚନ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ନାନାବତୀ ହସ୍‌ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଷେକ।

ସେ ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ଅପରାହ୍ନରେ ମୋର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସାଙ୍ଗମାନେ, ପ୍ରତିଜ୍ଞା‌ କରିଥିଲି ଯେ ମୁଁ କରୋନାକୁ ହରାଇବି, ମୋ ପ୍ରତିଜ୍ଞା ମାନେ ପ୍ରତିଜ୍ଞା। ମୁଁ କରୋନାକୁ ହରାଇ ଦେଇଛି। ମୋ ପାଇଁ ଓ ମୋ ପରିବାର ପାଇଁ ଶୁଭମନାସି ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।”  

ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ଅଭିଷେକଙ୍କ ବାପା ବିଗ୍‌ ବି ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଥିଲେ। ଏନେଇ ନିଜେ ଅଭିଷେକ ସୂଚନା ଦେଇଥିଲେ। ସେହିଭଳି ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଜୁଲାଇ ୧୨ ତାରିଖରେ ବଚ୍ଚନ ପରିବାରରେ ପ୍ରଥମେ ଅମିତାଭ ଓ ପରେ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ପରେ ୧୩ ତାରିଖରେ ଅମିତାଭଙ୍କ ବୋହୂ ଐଶ୍ୱର୍ଯ୍ୟ ଓ ନାତୁଣୀ ଆରାଧ୍ୟା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ମାଆ ଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନର ସୂଚନା ଦେଇଥିଲେ। ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇ ଥିଲେ। ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା।

 

 

You might also like