ପ୍ରଶଂସକ ପଚାରିଲେ ଡ୍ରଗ୍ସ ଅଛି? ଅଭିଷେକ ଦେଲେ ଏମିତି ଉତ୍ତର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋଶାଲ୍‌ ମିଡିଆରେ ପ୍ରାୟ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ପ୍ରଶଂସକଙ୍କ ସହ ଆଲୋଚନା କରନ୍ତି। ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ପଚରା ଯାଉଥିବା ପ୍ରଶ୍ନର ମଧ୍ୟ ସେ ନିଆରା ଉତ୍ତର ରଖନ୍ତି। ନିକଟରେ ମଧ୍ୟ ଅଭିଷେକ ତାଙ୍କ ପ୍ରଶଂସକଙ୍କ ଦ୍ୱାରା ପଚରାଯାଉଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି। ଯାହା ଟ୍ୱିଟର ବ୍ୟବହାରକାରୀଙ୍କୁ ବେଶ୍‌ ପସନ୍ଦ ଆସିଛି।

ଶିବାନୀ ଶର୍ମା ନାମକ ଏକ ଟ୍ୱିଟର ବ୍ୟବହାରକାରୀ ଅଭିଷେକଙ୍କୁ ହାସ୍‌ ହୈ କ୍ୟା? ଅର୍ଥାତ୍‌ ହାସ୍‌ ଅଛି କି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଅଭିଷେକ ଲେଖିଛନ୍ତି,  ନାହିଁ, କ୍ଷମା କରିବେ। କିନ୍ତୁ ମତେ ଆପଣଙ୍କୁ ସାହାଯ୍ୟ କରିବାକୁ ଖୁସି ଲାଗିବ। ଆଉ ତୁମକୁ ମୁମ୍ବାଇ ପୁଲିସ୍‌ ସହ ମଧ୍ୟ ପରିଚିତ କରାଇବାର ଅଛି। ମୁମ୍ବାଇ ପୁଲିସ୍‌ ତୁମର ଆବଶ୍ୟକତା ବିଷୟରେ ଜାଣି ଖୁସି ହେବେ ଏବଂ ତୁମର ସହାୟତା କରିବେ।


ଅଭିଷେକଙ୍କ ଏହି ପ୍ରତିକ୍ରିୟା ପରେ ଉକ୍ତ ଟ୍ୱିଟର ବ୍ୟବହାରକାରୀ, ତୁମ ପିଆର ମତେ ହାରାସ୍‌ କରୁଛନ୍ତି, ସେମ୍‌ଲେସ୍‌ ବଚ୍ଚନ ବୋଲି ଟ୍ୱଟ୍‌ କରିଥିଲେ। ଯାହାର ଉତ୍ତରରେ ଅଭିଷେକ ମୋର କେହି ପିଆର ନାହାନ୍ତି। ଶୁଭ ରାତ୍ରି ବୋଲି ଉତ୍ତର ରଖିଥିଲେ।

ଅଭିଷେକଙ୍କ ଏମିତି ଉତ୍ତର ଟ୍ୱିଟର ବ୍ୟବହାରକାରୀଙ୍କୁ ଖୁବ୍‌ ପସନ୍ଦ ଆସିଛି। କିଛି ଲୋକ ଅଭିଷେକ ଏମିତି ରୋକ୍‌ଠୋକ୍‌ ଉତ୍ତର ଦେଇ ବେଶ୍‌ ଭଲ କରିଛନ୍ତି କହିଥିବା ବେଳେ। କିଛି ଲୋକ ବଲିଉଡ୍‌ କଳାକାର ମାନେ ଡ୍ରକ୍ସ ସେବନ କରୁଛନ୍ତି ବୋଲି ଏମିତି ଲୁଚାନ୍ତି। ତେଣୁ ତାଙ୍କୁ ବିଶ୍ୱାସ କରିବା ଉଚିତ୍‌ ନୁହେଁ ବୋଲି କିଛି ଲୋକ କମେଣ୍ଟ ବକ୍ସରେ ଲେଖିଛନ୍ତି

 

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like