ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଶିକ୍ ସରେଣ୍ଡର୍ ହେଲା’ର ଶୁଭ ମହୁରତ

ଭୁବନେଶ୍ୱର: ପଟିଆସ୍ଥିତ ଡଲଫିନ୍ ଗାର୍ଡେନ୍‌ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଶିକ୍ ସରେଣ୍ଡର୍ ହେଲା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ବିଶ୍ୱାସ ପ୍ରଡକ୍ସନ୍‌ସ ଓ ଫୋନିକ୍ସ ଫିଲ୍ମ ଲାବ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଛି। ମହୁରତ ଅବସରରେ ଚଳଚ୍ଚିତ୍ରର ସମସ୍ତ କଳାକାର, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍ ଉପସ୍ଥିତ ଥିଲେ।

ଫିଲ୍ମରେ ହିରୋଇନ୍ ଭୂମିକାରେ ଜୟା ବିଶ୍ୱାସ ଅଭିନୟ କରିଥିବା ବେଳେ ହିରୋ ଭୂମିକାରେ ସମ୍ଭବ ମାନସିଂହ ଅଭିନୟ କରିଛନ୍ତି। ସେହିପରି ଏହାର ନିର୍ଦ୍ଦେଶନା ରାଜା ଡି. ଦେଇଥିବା ବେଳେ ମେଲୋଡ଼ି ମେକର୍ ପ୍ରେମାନନ୍ଦ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ମୋଟ ୫ଟି ଗୀତ ରହିଛି। ଆସନ୍ତା ମେ ମାସରେ ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

You might also like