ଅଭିନେତା ଅମିର ଖାନ୍‌ଙ୍କ କାର୍ଯ୍ୟାଳୟରେ ପଶିଲା କରୋନା

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନଙ୍କ କାର୍ଯ୍ୟାଳୟରେ ପଶିଲା କରୋନା। ଅମିରଙ୍କ କାର୍ଯ୍ୟାଳୟର କେତେକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟିନରେ ରଖାଯାଇଥିବା ଅମିର ନିଜେ ମିଡିଆକୁ ସୂଚନା ଦେଇ କହିଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ ଅମିର କହିଛନ୍ତି, ‘ମୋର କିଛି ଷ୍ଟାଫଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। BMC କର୍ମଚାରୀମାନେ ସେମାନଙ୍କୁ  ସମସ୍ତ ମେଡିକାଲ ସୁବିଧା ଯୋଗାଇ ଦେଉଛନ୍ତି।’

ମ୍ୟୁନିସିପାଲ କର୍ମଚାରୀଙ୍କ ନିଷ୍ଠା ଏବଂ କର୍ତ୍ତବ୍ୟପରାୟଣତା ପାଇଁ ସେ  ଧନ୍ୟବାଦ ମଧ୍ୟ ଦେଇଛନ୍ତି।  ଷ୍ଟାଫଙ୍କ ସହ ଅମିର ଓ ତାଙ୍କ ପରିବାରଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ତେବେ ତାଙ୍କ ମା’ଙ୍କ ରିପୋର୍ଟ ଆସିନାହିଁ। ସେ ତାଙ୍କ ମା’ଙ୍କ ରିପୋର୍ଟକୁ ଅପେକ୍ଷା କରିଥିବା କହିଛନ୍ତି।

ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଅନୁରୋଧ କରି କହିଛନ୍ତି, ‘ସମସ୍ତେ ଠାକୁରଙ୍କୁ ଡାକନ୍ତୁ, ମୋ ମା’ଙ୍କ ରିପୋର୍ଟ ନେଗେଟିଭ ଆସୁ।

ଶେଷରେ ସେ କୋକିଳାବେନ ହସ୍‌ପିଟାଲର ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତ, ଡାକ୍ତରଖାନାର ସମସ୍ତ କର୍ମଚାରୀ ଖୁବ୍ କେୟାରିଂ ଏବଂ ପ୍ରଫେସନାଲ।

ସୂଚନାଥାଉ କି, ପୂର୍ବରୁ ବୋନି କପୁରଙ୍କର ଘରର କିଛି  କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ସେମାନେ ସୁସ୍ଥ ଅଛନ୍ତି।

ଆହୁରି ପଢ଼ନ୍ତୁ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

You might also like