ସଲମାନଙ୍କୁ ପସନ୍ଦ କରୁ ନ ଥିଲେ ଅମିର, ଜାଣନ୍ତୁ କାରଣ…

ମୁମ୍ବାଇ: ଦୁଇ ବଲିଉଡ ସୁପରଷ୍ଟାର ଅମୀର ଖାନ ଓ ସଲମାନ ଖାନଙ୍କ ପ୍ରଶଂସକ ବହୁତ ଅଧିକ। ଉଭୟଙ୍କ ଯୋଡି ପ୍ରାୟତଃ ପରଦାରେ ଦେଖାଯାଇ ନାହିଁ। କିନ୍ତୁ କମେଡି ଫିଲ୍ମ ‘ଅନ୍ଦାଜ୍ ଅପ୍ନା ଅପ୍ନା’ ରେ ଉଭୟଙ୍କ ଯୋଡି ଲୋକମାନଙ୍କୁ ବହୁତ ମଜ୍ଜା ଦେଇଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେତେବେଳେ ଦୁହିଁଙ୍କ ସମ୍ପର୍କ ଅଦୌ ଭଲ ନ ଥିଲା। ଦୁହେଁ କେବଳ ସୁଟିଂକୁ ନେଇ ଯାହା କଥାବାର୍ତ୍ତା କରୁଥିଲେ।

ଏହି କମେଡି ଚଳଚ୍ଚିତ୍ର ‘ଅନ୍ଦାଜ୍ ଅପ୍ନା ଅପ୍ନା’ ରେ କରିସ୍ମା କପୁର ଓ ରବିନା ଟଣ୍ଡନଙ୍କୁ ମଧ୍ୟ ଅମୀର ଖାନ ଓ ସଲମାନ ଖାନଙ୍କ ସହ ଦେଖିବାକୁ ମିଳିଥିଲା। ଖୁବ୍ କମ୍ ଲୋକ ଜାଣନ୍ତି ଯେ ଯେତେବେଳେ ଫିଲ୍ମର ସୁଟିଂ କରାଯାଉଥିଲା, ଅମୀର ଓ ସଲମାନଙ୍କ ମଧ୍ୟରେ ସମ୍ପର୍କ ଅଦୌ ଭଲ ନ ଥିଲା। ୨୦୧୩ରେ ଅମୀର ଖାନ କରଣ ଜୋହରଙ୍କ ସୋ ‘କଫି ଉଇଥ୍ କରଣ’ରେ ଏହା ପ୍ରକାଶ କରିଥିଲେ।

ଅମୀର ଖାନ କହିଥିଲେ ଯେ ସଲମାନଙ୍କ ସହ ତାଙ୍କର ସମ୍ପର୍କ ଆଦୌ ଭଲ ନ ଥିଲା ଏବଂ ସେ ଚାହୁଁଥିଲେ ଯେ ଯେତେସମ୍ଭବ ସେତେ ସେ ତାଙ୍କଠାରୁ ଦୂରରେ ରହିବାକୁ। ସେ କହିଥିଲେ ଯେ ‘ଅନ୍ଦାଜ୍ ଅପ୍ନା ଅପ୍ନା’ ସୁଟିଂ ସମୟରେ ସଲମାନ ଖାନଙ୍କ ସହ କାମ କରିବା ଏକ ଖରାପ ଅନୁଭୂତି ଥିଲା। ସେତେବେଳେ ଅମିର ସଲମାନଙ୍କୁ ଆଦୌ ପସନ୍ଦ କରୁ ନ ଥିଲେ କାରଣ ସେ ଜଣେ ଅସଭ୍ୟ ଓ ଅହକାଂରୀ ବୋଲି ଅମିର ଭାବୁଥିବା କହିଥିଲେ।

ବହୁତ ଖରାପ ସମୟରେ ସଲମାନ ଅମିରଙ୍କ ଜଣେ ଭଲ ବନ୍ଧୁ ଭାବରେ ମୋ ସାମ୍ନାକୁ ଆସିଥିବା ନିଜେ ଅମିର ସ୍ଵୀକାର କରିଛନ୍ତି। ସେ କହିଥିଲେ ଯେ ୨୦୦୦ରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେଲା ଯେତେବେଳେ ରୀନା ଦତ୍ତଙ୍କଠାରୁ ତାଙ୍କର ଛାଡପତ୍ର ହେବାକୁ ଥିଲା। ସେ କହିଥିଲେ ଯେ ଯେତେବେଳେ ସେ ଏକ ଖରାପ ସମୟ ଦେଇ ଗତି କରୁଥିଲି ସଲମାନ ତାଙ୍କ ଜୀବନରେ ଆସିଥିଲେ। ଯେତେବେଳେ ଅମିର ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ପ୍ରକ୍ରିୟାରେ ଥିଲେ ସଲମାନ ତାଙ୍କୁ ଭେଟିବାକୁ କହିଥିଲେ। ଫଳେ ସେମାନେ ପୁଣି ଥରେ ଭେଟିଥିଲେ ଏବଂ ଏକାଠି ମଦ୍ୟପାନ କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ସେମାନଙ୍କର ବନ୍ଧତ୍ଵର ଜୀବନ। ସେବେଠାରୁ ସେମାନେ ପ୍ରକୃତ ବନ୍ଧୁଭାବେ ରହିଛନ୍ତି।

ତେବେ ସଲମାନ ଖାନଙ୍କ ‘ରାଧେ: ଔର ମୋଷ୍ଟ୍ ୱାଣ୍ଟେଡ୍ ଭାଇ’ ଏହି ଇଦ୍ରେ ମୁକ୍ତିଲାଭ କରିବାକୁ ଯାଉଛି। ସେହିପରି ଅମିର ଖାନ ବି ଆଜିକାଲି ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ବେଶ ଚର୍ଚ୍ଚିତ ଅଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଶେଷରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି।

You might also like