• translate
Sarbeswar

କେମିତି ପ୍ରାଣ ହାରିଥିଲେ ସୁଶାନ୍ତ ସିଂ ରାଜପୁତ ? କଣ କହିଥିଲା ପୋଷ୍ଟମୋଷ୍ଟମ ରିପୋର୍ଟ ? ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ସୁଶାନ୍ତଙ୍କ ପୋଷ୍ଟମର୍ଟମକୁ ନେଇ ଏକ ବଡ଼ ବୟାନ ଦେଇଥିଲେ, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ବିକାଶ ସିଂ କହିଥିଲେ, ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ମୃତ୍ୟୁ ସମୟର ସୁଚନା ଦିଆଯାଇନାହିଁ । ଯାହା ବେଶ ଗୁରୁତ୍ୱପୁର୍ଣ୍ଣ ବୋଲି ସେ କହିଥିଲେ । ସୁଶାନ୍ତଙ୍କୁ ତାଙ୍କ ମୃତ୍ୟୁ ପରେ ଫାଶୀରେ ଝୁଲାଯାଇଥିଲା କି ଫାଶୀରେ ଝୁଲିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତାହା ମୃତ୍ୟୁ ସମୟରୁ ହିଁ ସ୍ପଷ୍ଟ ହୋଇପାରେ ବୋଲି ସେତେବେଳେ ସେ ଏକ ବୟାନ ଦେଇଥିଲେ । ଆଉ ସେହି ବୟାନକୁ ନେଇ ପୂରା ଦେଶରେ ଝଡ଼ ସୃଷ୍ଟି ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆହୁରି ରହସ୍ୟ ବଢାଇଦେଇଥିଲା ।

ତେବେ ସୁଶାନ୍ତଙ୍କ ପରିବାର ଲୋକ ତାଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁ ବୋଲି ଦାବି କରିଥିଲେ । ମାମଲା ଗମ୍ଭୀର ହେବା ପରେ ସୁଶାନ୍ତଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତି ଙ୍କୁ ନେଇ ବି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଯେଉଁ ଫ୍ଲାଟରେ ରହୁଛନ୍ତି ତାର ଇଏମଆଇ ସୁଶାନ୍ତ ଭରୁଥିବା ନେଇ ଖବର ବି ସାମ୍ନାକୁ ଆସିଥିଲା ।

ସେପଟେ, ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ପୁଣି ଏକ ରୋଚକ ତଥ୍ୟା ସାମ୍ନାକୁ ଆସିଥିଲା । ବଲିଉଡ୍ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ଉପରୁ  ଏମ୍ସର ତଥ୍ୟ ପରଦା ହଟାଇ ଦେଇଥିଲା ।  କୁହାଯାଇଥିଲା, ସିବିଆଇକୁ ମେଡିକୋ ଲିଗାଲ ରିପୋର୍ଟ ଦେଇ ସାରିଥିଲା ଏମ୍ସ୍ । ଏଥିରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଥିଓରୀକୁ ଏମସ୍ ଖଣ୍ଡନ କରିଥିବା କୁହାଯାଇଥିବା ଜଣାପଡିଥିଲା।

ସାରା ଦେଶ ଜାଣିବାକଉ ଅପେକ୍ଷା କରିଥିଲା କେମିତି ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା? ଏମ୍ସର ଡାକ୍ତରୀ ରିପୋର୍ଟରେ ଯାହା କୁହାଯାଇଥିଲା ତାହା ଗଣମାଧ୍ୟମର ସିରୋନାମା ପାଲଟିଥିଲା। ଏମସ୍ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇନଥିବା ଦର୍ଶାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା, ଯେପରି ଭାବରେ ତାଙ୍କର ମୃତ୍ୟୁ ହୋଇଥିଲା ସେଥିରୁ ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ ବରଂ ସେ ଆତ୍ମହତ୍ୟା କରିଛନ୍ତି  ବୋଲି ଜଣାପଡ଼ୁଛି। ପରେ ଫରେନସିକ୍‌ ରିପୋର୍ଟକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା ।

ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ କ’ଣ ଥିଲା ? ତାଙ୍କୁ ଆତ୍ମହତ୍ୟା କରିବା ପାଇଁ କିଏ ପ୍ରବର୍ତ୍ତାଉ ଥିଲେ କି ? ଏମିତି କିଛି ପ୍ରଶ୍ନ ଲୋକଙ୍କ ମନରେ ଏବେ ବି ଉଙ୍କି ମାରୁଛି ।

Other Stories