ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ କାହାଣୀ

ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଏକ ଅପୂର୍ବ ଉଦ୍ୟମ

ଭୁବନେଶ୍ୱର : ଫିଲ୍ମରେ ବାଜି ରାଉତଙ୍କ କାହାଣୀ । ତାଙ୍କ ବଳିଦାନ ଓ ଜୀବନୀଙ୍କୁ ନେଇ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ୧୯୩୮ ମସିହାର ପ୍ରଜାମଣ୍ଡଳ ଅାନ୍ଦୋଳନ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସହ ବିଟ୍ରିଶ ଶାସନର କିଛି ଚିତ୍ରକୁ ମଧ୍ୟ ସ୍ଥାନ ଦିଅାଯାଇଛି ।

ତେବେ ଫିଲ୍ମଟି ହିନ୍ଦୀ ଭାଷାରେ ନିର୍ମିତ ହୋଇଥିବା ବେଳେ ଏହା ସାରା ଦେଶରେ ବେଶ ଅାଦୃତ ଲାଭ କରିବ ବୋଲି ଅାଶା ରଖିଛନ୍ତି ଛାତ୍ରଛାତ୍ରୀ ।

ପ୍ରାୟ ଏକ ମାସ ମଧ୍ୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ କଟକ ମହାନଦୀ ପଠାରେ ସୁଟିଂ ହୋଇଛି । ଗତ ସପ୍ତାହରେ ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ଏଯାଏ ୪ ହଜାରରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଅାଗାମୀ ଦିନରେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯିବାକୁ ସୂଚନା ଦେଇଛନ୍ତି।

 

You might also like