ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ପ୍ରତିଯୋଗୀ ଜଗାର ହଙ୍ଗାମା; ଡାଲି ଭାତ ଖୁଆଇଲେ ଜଜ୍‌

ଭୁବନେଶ୍ୱର: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆ ପ୍ରତିଯୋଗୀଙ୍କ ହଙ୍ଗାମା। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ୍ ମିଡିଆରେ ଭାଇରାଲ ହେଉଛି।

ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।  ସେହି ଓଡ଼ିଆ ପ୍ରତିଯୋଗୀ ହେଲେ  ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ ଯେତେବେଳେ ତାଙ୍କ ନାମ ପଚାରୁଛନ୍ତି ସେ କମିକ୍‌ ଷ୍ଟାଇଲରେ ଜଗବନ୍ଧୁ ଜେନା ବୋଲି କହୁଛନ୍ତି। ଆଉ ସାଙ୍ଗମାନେ ତାଙ୍କୁ ଜଗା ଡାକନ୍ତି ବୋଲି କହୁଛନ୍ତି। କାର୍ଯ୍ୟକ୍ରମରେ ଜଗା ବିଚିତ୍ର ପ୍ରକାର ଅଭିନୟ କରି ପାଣି ମାଗୁଛନ୍ତି।

ଆଉ ବିଚାରକ ନେହା କକ୍କର ଯେତେବେଳେ ତାଙ୍କୁ ମିଲକ୍‌ସେକ୍‌ କିମ୍ବା ପାଓଁଭାଜି ଅଫର କରୁଛନ୍ତି ସେତେବେଳେ କୌତୁହଳ ଢଙ୍ଗରେ ଜଗା ଭାତ-ଡାଲି ମାଗୁଛନ୍ତି। ଯାହା ବେଶ ହାସ୍ୟରଳ ସୃଷ୍ଟି କରୁଛି। କାର୍ଯ୍ୟକ୍ରମରେ ଜଗାଙ୍କ କିମ୍ବୁତକିମ୍ବାକାର ଅଭିନୟ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଯାହାକୁ ଦେଖି ସମସ୍ତେ ହସିଥିଲେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like