ପତ୍ନୀଙ୍କ ପାଦରେ କଣ୍ଟା ଫୁଟିଯିବ ବୋଲି…

ଜଣେ ନିଆରା ପ୍ରେମିକଙ୍କ କାହାଣୀ

ବେଞ୍ଜିଂ:ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଛେ। ଅନେକ ଫିଲ୍ମ ଦେଖିଛେ। ହେଲେ ଏ କାହାଣୀ ହେଉଛି ଜଣେ ନିଚ୍ଛକ ପ୍ରେମିକଙ୍କର। ଅନ୍ୟମାନଙ୍କ ପରି ଏହି ପ୍ରେମିକ ଜଣକ ବି ନିଜ ପ୍ରେମକୁ ନେଇ ସ୍ୱପ୍ନ ଦେଖନ୍ତି। ତେବେ ତଫାତ୍‌ ଏତିକି ଯେ,  ସେ ସ୍ୱପ୍ନକୁ ଏମିତି ଭାବେ ବାସ୍ତବରେ ପରିଣତ କରନ୍ତି, ଶୁଣିବା ଲୋକଙ୍କୁ ସ୍ୱପ୍ନ ପରିଲାଗେ।  ଏ କାହାଣୀ ହେଉଛି  ଲିଉ ଗୁଓ ଜିୟାଦ୍‌ଙ୍କର।

ବିହାରର ଦଶରଥ ମାଝିଙ୍କ କଥା ଆମେ ସମସ୍ତେ ଜାଣିଥିବା ନିଶ୍ଚୟ। ସ୍ତ୍ରୀକୁ ଡାକ୍ତରଖାନା ନେବା ବେଳେ ବିଶାଳ ପାହାଡ଼ ବାଟ ଓଗାଳିବାରୁ ଦଶରଥ ଏକାକୀ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ଆଉ ଲିଉ ଗୁଓ ଜିୟାଦ୍‌ ହେଉଛନ୍ତି ସେମିତି ଜଣେ ମଣିଷ ଯିଏ ପତ୍ନୀଙ୍କ ପାଇଁ ଲୁହା ଭଳି ପାହାଡ଼କୁ ବିଦାରି ତିଆରି କିରିଥିଲେ ପାହାଚ। ଶହେ କି ଦୁଇଶହଟି ନୁହେଁ, ପାହାଡ଼ ଉପରେ ତିଆରି କରିଥିଲେ ୬ ହଜାର ପାହାଚ। ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଏହି ବିଶେଷ ରିପୋର୍ଟ।

୧୯୫୬ ମସିହାରେ ଜୁ ଚାଓକିଂ ନାମକ ଜଣେ ମହିଳା ସ୍ୱାମୀଙ୍କୁ ହରାଇ ୪ ଜଣ ପିଲାଙ୍କ ସହ ଅତି ଦୟନୀୟ ଭାବେ ଦିନ କାଟୁଥିଲେ। ଜୁଙ୍କ ଠାରୁ ୧୦ ବର୍ଷ ସାନ ସେହି ଗାଁର ଲିଉ ଗୁଓ ଜିୟାଦ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ୪ ପିଲାଙ୍କର ପୂରା ଯତ୍ନ ନେଉଥିଲେ। କିନ୍ତୁ ଦୁଇ ଜଣଙ୍କର ସମ୍ପର୍କକୁ ଗାଁ ଲୋକେ ସ୍ୱୀକାର କରିପାରୁ ନଥିଲେ। ଜଣେ ବିଧବା ସହିତ ଘର ସଂସାର କରିବାକୁ ଗାଁ ଲୋକେ ଘୋର ବିରୋଧ କରି ଟୁପୁର ଟାପୁର ହେଉଥିଲେ। ଏହା ଦେଖି ଜୁ ଏବଂ ଲିଉ ଗାଁ ଛାଡ଼ି ଏକ ପାହାଡ଼ ଗୁମ୍ଫାରେ ରହିବାକୁ ଲାଗିଲେ। ସେଠାରେ କିଛି ସୁବିଧା ଥାଉ କି ନଥାଉ ଦୁହେଁ ଦୁହିଁଙ୍କୁ ଭଲ ପାଇ ଜୀବନ କାଟୁଥିଲେ।

ଆବଶ୍ୟକ ବେଳେ ଜୁଙ୍କୁ ଆବୁଡ଼ା ଖାବୁଡ଼ା ପାହାଡ଼ ଚଢ଼ିବାକୁ ଅସୁବିଧା ହେଉଥିଲା। ଏହା ଦେଖି ଲିଉ ଧୀରେ ଧୀରେ ପାହାଡ଼ ଖୋଳି ପାହାଚ ତିଆରି କରିବାକୁ ଲାଗିଲେ। ଧୀରେ ଧୀରେ ଲିଉ ପାହାଡ଼ରେ ୬୦୦୦ ପାହାଚ ତିଆରି କରିଦେଇଥିଲେ। ଜୀବିତ ଥିବା ପର୍ଯ୍ୟନ୍ତ ଲିଉ ପତ୍ନୀଙ୍କ ପାଇଁ ପାହାଚ ଖୋଳି ଚାଲିଥିଲେ। ଲିଉ ୭୨ ବର୍ଷରେ ୨୦୦୭ରେ ପତ୍ନୀ କୋଳରେ ଆଖି ବୁଜିଥିଲେ। ପତ୍ନୀ ଜୁ ମଧ୍ୟ ୨୦୧୨ ମସିହାରେ ଦୁନିଆକୁ ସବୁଦିନ ପାଇଁ ବିଦାୟ କହିଥିଲେ।

ପ୍ରଥମେ ଏହି କାହାଣୀ କାହାରିକୁ ଜଣା ନଥିଲା। ୨୦୦୧ରେ ଏକ ରିସର୍ଚ ଦଳ ଦୁଇ ଜଣଙ୍କ ସଂସ୍ପର୍ଶରେ ଆସିବାରୁ ଏହା ଦୁନିଆକୁ ଆସିଲା।

ଆହୁରି ପଢ଼ନ୍ତୁ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର; ୨୮ ଜଣଙ୍କ ମୃତ୍ୟୁ

ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଗୋଆ ସ୍ୱାଧୀନତା ଫେରି ପାଇବାରେ ବିଳମ୍ବ ହେଲା-ଶିବରାଜ

ରାଜନାଥଙ୍କ ମନ୍ତବ୍ୟରେ ଇମ୍ରାନଙ୍କ ନିଦ ହଜିଗଲା, କହିଲେ, ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବି ବିପଦରେ

ସ୍ୱାଭାବିକ ହେଉଛି ଜମ୍ମୁ କଶ୍ମୀର: ଖୋଲିଲା ସ୍କୁଲ, କଲେଜ ଓ ଅଫିସ

ବସ୍‌-କଣ୍ଟେନର ଧକ୍କା: ୧୧ ମୃତ

ବିଜେପିରେ ସାମିଲ୍ ହେଲେ ୬୦ ଟିଡିପି ନେତା

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

ବନ୍ଦୀ ମେହବୁବା ଓ ଓମାର ଅବଦୁଲ୍ଲାଙ୍କ ଦିନ ଏବେ କଟୁଛି କେମିତି, ଜାଣନ୍ତୁ

ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

ଆତଙ୍କବାଦ ବିରୋଧରେ ପାକିସ୍ତାନର ଏଫଆଇଆର୍ ନକଲି ଓ ଦୁର୍ବଳ

ପାକିସ୍ତାନର ଅପପ୍ରଚାରକୁ ଉଚିତ୍‌ ଜବାବ ଦେଉଛନ୍ତି ଜମ୍ମୁ-କାଶ୍ମୀରର ଦୁଇ ପୁଲିସ ଅଫିସର

You might also like