ଫିଲ୍ମ ଫ୍ରାଇଡେରେ ରିଲିଜ୍ ହେଲା ଏକା ସାଙ୍ଗେ ୪ ଫିଲ୍ମ
ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଚାରିଟି ନୂଆ ଫିଲ୍ମ। ମୁଲ୍କ, ଫନି ଖାନ୍, କାରୱାନ୍ ଏବଂ ପିହୁ ସାରା ଦେଶରେ ରିଲିଜ୍ ହୋଇଛି। କିଛି ଦିନର ବ୍ୟବଧାନ ପରେ ଦର୍ଶକଙ୍କ ସାମ୍ନାକୁ ଆସିଛି କୋର୍ଟ ରୁମ୍ ଡ୍ରାମା।
ତାପସୀ ପାନ୍ନୁ ଏବଂ ରିଶି କପୁରଙ୍କ ‘ମୁଲ୍କ’ ରିଲିଜ୍ ପୂର୍ବରୁ ବେଶ୍ ପ୍ରଂଶସା ସାଉଁଟି ସାରିଛି। ତେବେ ୩୧ ବର୍ଷୀୟ ତାପସୀଙ୍କ ଓକିଲ ଭୂମିକାକୁ ନେଇ ବେଶ୍ କଳ୍ପନାଜଳ୍ପନା ଲାଗି ରହିଛି। ୟଙ୍ଗ୍ ଡାଇନାମିକ୍ କ୍ୟାରେକ୍ଟର ପାଇଁ ଜଣାଶୁଣା ତାପସୀ। ଏହା ଆଗରୁ ‘ପିଙ୍କ୍’ରେ ମଧ୍ୟ ତାପସୀଙ୍କ ଚମତ୍କାର ଅଭନୟକୁ ପରଦାରେ ଦେଖିଛନ୍ତି ଦର୍ଶକ।
ସେହିପରି ଅନୀଲ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଫନି ଖାନ୍’ ରିଲିଜ୍ ହୋଇଛି। ଐଶ୍ୱର୍ଯ୍ୟା ଏବଂ ରାଜ କୁମାର ରାଓଙ୍କୁ ଏହି ପିଲ୍ମରେ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସିନେମାରେ ଅନୀଲଙ୍କ ଝିଅଙ୍କ କିପରି ନିଜ କ୍ୟାରିଅର ପାଇଁ ସଂଘର୍ଷ କରୁଛନ୍ତି ତାହାର ନିଚ୍ଛକ ଚିତ୍ର ଫିଲ୍ମରେ ରହିଛି। ‘ଏ ଦିଲ୍ ହେ ମୁଶକିଲ୍’ପରେ ପ୍ରାୟ ଦୁଇ ବର୍ଷ ପରେ ସିଲ୍ଭର ସ୍କ୍ରିନ୍କୁ ଫେରିଛନ୍ତି ଐଶ୍ୱର୍ଯ୍ୟା ।
ସେହିପରି ଇରଫାନ୍ ଖାନ୍ଙ୍କ ‘କାରୱାନ୍’ ଏବଂ ‘ପିହୁ’ ରିଲିଜ୍ ହୋଇଛି। କମେଡିର ମଜା ‘କାରୱାନ୍’ରେ ଦେଖିବାକୁ ମିଳବ। ଫିଲ୍ମରେ ଇରଫାନ୍ ଖାନ୍ ଡ୍ରାଇଭର ଭୂମିକାରେ ନଜର ଆସିବେ। ଚଳିତ ସପ୍ତାହରେ ଦର୍ଶକ ଚାରିଟି ଭିନ୍ନ ସ୍ୱାଦର ଫିଲ୍ମ ଦେଖିପାରିବେ।